ମିଳିଲେ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ରଖିଥିବା ଯୁବକ

ପାଣି ଭିତରେ ଖୋଜି ଖୋଜି ବେହାଲ ଅଗ୍ନିଶମ କର୍ମଚାରୀ । ଆତ୍ମହତ୍ୟା ସନ୍ଦେହ କରି ନୟାନ୍ତ ପୋଲିସ । ନ୍ୟୁଜ୍ ବ୍ରେକିଂ ପକାଇବାରେ ବ୍ୟସ୍ତ ଗଣମାଧ୍ୟମ । କିନ୍ତୁ ଏସବୁର ମଜା ଦେଖୁଛି ଯୁବକ । ସକାଳ ପ୍ରାୟ ସାଢେ ୬ଟାରେ ମୁଣ୍ଡଳି ବ୍ରିଜ୍ ଉପରେ ସ୍କୁଟି ଥୋଇ ଜଣେ ବ୍ୟକ୍ତି ନଦୀକୁ ଡେଇଁ ପଡିଥିବା ଖବର ପହଁଞ୍ଚିଲା । ଆତ୍ମହତ୍ୟା ସନ୍ଦେହରେ ଗୋଡିସାହି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଁଞ୍ଚିଲେ । ଆରମ୍ଭ ହେଲା ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା କାମ । ଅଗ୍ନିଶମ ବିଭାଗର ଦୁଇଟି ବୋର୍ଟ ମହାନଦୀରେ ପଇଁତରା ମାରିଲେ । ବୋର୍ଟରେ ପୁରା ମୁଣ୍ଡଳୀ ମହାନଦୀ ଖୋଜିବା ପରେ ଯୁବକଙ୍କର ପତ୍ତା ମିଳିଲାନି । ତନାଘନା ଡ୍ରାମା ସରିବାର ୩ ଘଣ୍ଟ । ପରେ ମିଳିଲେ ସ୍କୁଟି ରଖିଥିବା ଯୁବକ । ବରମୁଣ୍ଡାରୁ ଠାବ ହେଲେ ଅନୁଗୁଳର ଯୁବକ ରଘୁ ରଞ୍ଜନ ମିଶ୍ର । 

Share

Leave a Reply

Your email address will not be published. Required fields are marked *

18 + one =