ଏହିସବୁ ଜିଲ୍ଲାରେ ଆସନ୍ତା ୩ଘଣ୍ଟାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଆସନ୍ତା ୩ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ହେବାର ଆଶଙ୍କା ରହିଥିବା ଆଂଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହି ସବୁ ଜିଲ୍ଲାଗୁଡିକ ମଧ୍ୟରେ କଟକ, ଯାଜପୁର, ଗଂଜାମ, ଗଜପତି, ରାୟଗଡା, କଳାହାଣ୍ଡି, କେନ୍ଧମାଳ, ବଲାଙ୍ଗୀର, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, ଭଦ୍ରକ ଓ ନୂଆପଡା ଜିଲ୍ଲା ସାମିଲ ରହିଛି । ଲୋକମାନେ ଏହି ସମୟ ମଧ୍ୟରେ ଘରୁ ନ ବାହାରି ଘର ଭିତରେ ରହିବା ସହ ଗୃହପାଳିତ ପଶୁଙ୍କ ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ତେବେ ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିରାପଦ ସ୍ଥାନରେ ରହିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।

Share

Leave a Reply

Your email address will not be published. Required fields are marked *

three × 5 =