ନଜର ପକାନ୍ତୁ ରାଜ୍ୟରେ ଆଜି କେଉଁଠି କେତେ ଟଙ୍କା ରହିଛି ପେଟ୍ରୋଲ ଦର

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରିଛନ୍ତି। ଦିନକର ବ୍ୟବଧାନ ପରେ ମଙ୍ଗଳବାର ପୁଣି ତୈଳ ଦର ବଢ଼ିଛି। ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୩୫ ପଇସା ଏବଂ ଡିଜେଲ ଲିଟର ପିଛା ଦର ୩୧ ପଇସା ବୃଦ୍ଧି ହୋଇଛି। ବର୍ଦ୍ଧିତ ଦର ଅନୁସାରେ ରାଜଧାନୀରେ ପେଟ୍ରୋଲ ଲିଟର ୯୯.୬୫ ଟଙ୍କା ଏବଂ ଡିଜେଲ ଲିଟର ୯୭.୨୫ ଟଙ୍କାରେ ପହଞ୍ଚିଛି।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲାଗୁଡିକରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପି ଥିବାବେଳେ ଆଜି ଉପକୂଳବର୍ତ୍ତୀ ଜିଲାଗୁଡିକ ମଧ୍ୟରୁ ନୟାଗଡ ଏବଂ ଉତ୍ତର ଓଡ଼ିଶାର ବାଲେଶ୍ବର ଜିଲାରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଛୁଇଁଛି। ନୟାଗଡରେ ପେଟ୍ରୋଲ ଲିଟର ଦର ୧୦୦ ଟଙ୍କା ଏବଂ ଡିଜେଲ ଲିଟର ୯୭.୫୮ ଟଙ୍କାରେ ବିକ୍ରୟ କରାଯାଉଛି। ବାଲେଶ୍ବରରେ ପେଟ୍ରୋଲ ଲିଟର ଦର ୧୦୦.୦୧ ଟଙ୍କା ଏବଂ ଡିଜେଲ ଦର ୯୭.୬୧ ଟଙ୍କା ଏବଂ କଟକରେ ପେଟ୍ରୋଲ ଲିଟର ୯୯.୯୨ ଟଙ୍କା ଏବଂ ଡିଜେଲ ଲିଟର ୯୭.୫୦ ଟଙ୍କା ହୋଇଛି।

Share

Leave a Reply

Your email address will not be published. Required fields are marked *

four × three =