ଚାଷୀଙ୍କୁ ନୂଆଁଖାଇ ଭେଟି:ଚାଷୀଙ୍କୁ ମିଳିବ କାଳିଆ ସହାୟତା

ଚାଷୀଙ୍କୁ ନୂଆଁଖାଇ ଭେଟି ଦେବେ ରାଜ୍ୟ ସରକାର । ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇରେ ଚାଷୀଙ୍କୁ କାଳିଆ ଟଙ୍କା ସହାୟତା ଦେବେ ରାଜ୍ୟ ସରକାର । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ ରାଜ୍ୟ ସରକାର । ରାଜ୍ୟର ୪୧ ଲକ୍ଷ ଚାଷୀ ଏହି ସହାୟତା ପାଇବେ । ଗରିବ ଚାଷୀଙ୍କୁ ଆର୍ଥିକ ସହାୟତା ବାବଦକୁ କାଳିଆ ଟଙ୍କା ଦେଇ ଆସୁଛନ୍ତି ସରକାର । ପୂର୍ବରୁ ୭ଥର କାଳିଆ ଟଙ୍କା ମିଳିଥିବା ବେଳେ ନୂଆଁଖାଇରେ ଅଷ୍ଟମ ଥର ପାଇଁ କାଳିଆ ଟଙ୍କା ଦେବେ ରାଜ୍ୟ ସରକାର । ରାଜ୍ୟ ସରକାର ଚଳିତ ବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିବାବେଳେ ଏଥିରୁ କାଳିଆ ସହାୟତା ବାବଦକୁ ୧ ହଜାର ୮୭୪ କୋଟି ଟଙ୍କା ରହିଛି।

Share

Leave a Reply

Your email address will not be published. Required fields are marked *

12 + twenty =