ବନ୍ୟା କ୍ଷୟକ୍ଷତି ରିପୋର୍ଟ : ୨୪ ଜିଲ୍ଲା ପ୍ରଭାବିତ, ୧୦ଟି ଜିଲ୍ଲାରେ ଅଧିକ କ୍ଷତି

ରାଜ୍ୟରେ ଏଥରର ବନ୍ୟାରେ କେତେ କ୍ଷୟକ୍ଷତି ହୋଇଛି, ତାହାର ରିପୋର୍ଟ ଆସିଛି । ରିପୋର୍ଟ ଅନୁସାରେ ଚଳିତ ବର୍ଷ ବନ୍ୟା ଓ ବର୍ଷାରେ ୨୪ ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି।

୧୦ଟି ଜିଲ୍ଲାର ଚାଷୀମାନଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି।

ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି। ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ।

Share

Leave a Reply

Your email address will not be published. Required fields are marked *

20 − two =