ବିଧାନସଭା ଆଗରେ ହାଇଡ୍ରାମା, ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି

ଭୁବନେଶ୍ବର ()  ବିଧାନସଭା ଚାଲିଥିବା ବେଳେ ଫାଟକ ସାମ୍ନାରେ ସ୍ଵାମୀ-ସ୍ତ୍ରୀ ଡିଜେଲ ଢାଳି ଆତ୍ମହତ୍ୟା ଉଦ୍ୟମ। ୫ ବର୍ଷ ଝିଅ ହତ୍ୟା ମାମଲାରେ ବାପା ମା’ ଆତ୍ମାହୁତି ଉଦ୍ୟମ କରିଛନ୍ତି। ସେମାନଙ୍କୁ ଫାଟକ ଆଗରୁ କାବୁ କରିଛି ପୋଲିସ। ଦୀର୍ଘ ତିନିମାସ ପରେ ମଧ୍ୟ ଝିଅକୁ ନ୍ୟାୟ ମିଳିନଥିବା କହି ଡିଜେଲ ଢାଳି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଦମ୍ପତିଙ୍କ କହିବା ଅନୁସାରେ, “ଏତେ ମାସ ପରେ ବି ନ୍ୟାୟ ମିଳିନି, ଆମ ଝିଅକୁ ମାରିଦେଲେ, ଆଖି ଓ କିଡ଼ନୀ କାଢି ନେଲେ”।

ସୂଚନାଯୋଗ୍ୟ, ତିନିମାସ ତଳେ ନୟାଗଡ଼ରେ ଜଣେ ପାଞ୍ଚ ବର୍ଷର ନାବାଳିକା ପରିର ହତ୍ୟାକୁ ନେଇ ଏହି ବାପା ମା’ ଆତ୍ମହତ୍ୟା ଉଦ୍ୟମ କରୁଥିବା ସୂଚନା ମିଳିଛି। ଏହାକୁ ନେଇ ଏବେ ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସେହିପରି କିଛି ଦିନ ତଳେ ବିଧାନସଭା ଆଗରେ ଜଣେ ପୁଅ ତା’ ମାଆର ବେକରେ ଛୁରୀ ଲଗାଇ ଧମକ ଦେଇଥିଲା। ଏବେ ଦମ୍ପତିଙ୍କ ଏଭଳି ଆତ୍ମହତ୍ୟା ଉଦ୍ୟମ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏହାପରେ କମିଶନରେଟ ପୋଲିସର କାର୍ୟ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।

Share

Leave a Reply

Your email address will not be published. Required fields are marked *

six − 1 =