ବାପାଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ: ଦୀପାଳି ଦାସ

ନବ ଦାସ ହତ୍ୟା ପ୍ରସଙ୍ଗରେ ଝିଅ ଦୀପାଳି ଦାସ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଦୀପାଳି କହିଛନ୍ତି ତାଙ୍କ ବାପାଙ୍କ ହତ୍ୟାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । ଜଣେ ଭଲ ଜଜଙ୍କ ତଦାରଖରେ କ୍ରାଇମବ୍ରାଞ୍ଚ ତଦାରଖ କରୁଛି । ମୋର ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି ଆଉ ଆମ ପରିବାରକୁ ନିଶ୍ଚିତ ଭାବେ ନ୍ୟାୟ ମିଳିବ । ନିବେଦନ କରୁଛି ଏହାକୁ ରାଜନୈତିକ ପ୍ରସଙ୍ଗ କରାନଯାଉ । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ନଆସିବା ଯାଏ କିଛି କହିପାରିବୁନି । କ୍ରାଇମବ୍ରାଞ୍ଚ ତଦନ୍ତ ରିପୋର୍ଟ ଆସିଲା ପରେ ନିଶ୍ଚିତ କିଛି କହିବୁ ବୋଲି ଗଣମାଧ୍ୟମ ଆଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳି ଦାସ ।

Share

Leave a Reply

Your email address will not be published. Required fields are marked *

20 + twenty =