ଇଣ୍ଡିଆ ଗେଟରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ() ଇଣ୍ଡିଆ ଗେଟରେ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧୀ । ନାଗରିକତା ସଂଶୋଧନ ଆଇନ୍ ଓ ଜାମିଆ ମିଲିୟା ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ଉପରେ ପୋଲିସର କାର୍ୟ୍ୟାନୁଷ୍ଠାନ ବିରୋଧରେ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ନାଗରିକତା ସଂଶୋଧନ ଆଇନକୁ ନେଇ ଜାମିଆ ମିଲିୟାରେ ପ୍ରଦର୍ଶନ ସମୟରେ ଅନେକ ଛାତ୍ରୀ ଆହତ ହୋଇଯାଇଥିଲେ । ଛାତ୍ରୀଙ୍କ ଉପରେ ପୋଲିସର ଏପରି କାର୍ୟ୍ୟକୁ ଦୃଢ଼ ନିନ୍ଦା କରିବା ସହ ଧାରଣାରେ ବସିଛନ୍ତି ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସ ମହାସଚିବଙ୍କ ସହ ତାଙ୍କର କିଛି ସମର୍ଥକ ମଧ୍ୟ ଧାରଣାରେ ବସିଛନ୍ତି । ଅପରାହ୍ନ ୪ଟାର ଆରମ୍ଭ ହୋଇଛି ଏହି ଧାରଣା । ପ୍ରିୟଙ୍କା କହିଛନ୍ତି ଦେଶ କୌଣସି ଗୁଣ୍ଡାର ଅଧୀନରେ ନାହିଁ । ବର୍ତ୍ତମାନ ଆମ ଦେଶରେ ଗୁଣ୍ଡାରାଜ ଚାଲିଛି । ଦେଶର ମାହୋଲ ଠିକ୍ ନାହିଁ ।

ସୂଚନାଯୋଗ୍ୟ ରବିବାର ଦିନ ଦକ୍ଷିଣ ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନକାରୀମାନେ ପୋଲିସ, ସାଧରଣ ଜନତା ଓ ମିଡ଼ିଆକୁ ଟାର୍ଗେଟ କରିଥିଲେ । ଦକ୍ଷିଣ ଦିଲ୍ଲୀର କିଛି ଅଞ୍ଚଳକୁ ନିଜ କବଜାରେ ନେଇଥିଲେ ବିକ୍ଷୋଭ ପ୍ରଦର୍ଶନକାରୀ । ଘଟଣାକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଜାମିଆ ନଗରରେ ଫ୍ଲାଗ ମାର୍ଚ୍ଚ କରିଥିଲେ । ବିକ୍ଷୋଭକାରୀଙ୍କୁ ଘଉଡ଼ାଇବାକୁ ଯାଇ ଲୁହବୋହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ୍ ।

Share

Leave a Reply

Your email address will not be published. Required fields are marked *

three × 4 =