ଜଳାଶୟର ପୁନରୁଦ୍ଧାର କଲେ ବିଏମସ-ବିଡିଏ

ଭୁବନେଶ୍ବର, (): ଆଜି ନୟାପଳ୍ଲୀ ହଜର ବହୁ ପ୍ରତିକ୍ଷୀତ ଉଚ୍ଛେଦ କାର୍ଯ୍ୟ ଏକ ପ୍ରକାର ସମାପ୍ତି ହୋଇଛି । ବିଡିଏ ଏବଂ ବିଏମସିର ମିଳିତ ସ୍କ୍ବାର୍ଡର କାର୍ଯ୍ୟ ଏଠାରେ ବେଆଇନ ନିର୍ମିତ ପ୍ରାୟ ୫୦୦୦ ବର୍ଗଫୁଟର ତିନୋଟି କଂକ୍ରିଟ ନିର୍ମାଣକୁ ଭାଙ୍ଗିଛନ୍ତି । ନିର୍ମାଣ ଏବଂ ଭଗ୍ନାବଶେଷ ସାମଗ୍ରୀ ପଡି ପୋତି ହୋଇଯାଇଥିବା ଅଂଚଳରେ ଏହି ନିର୍ମାଣଗୁଡିକ ଗଢ଼ି ଉଠିଥିଲା ।

ଆଜିର ଏହି ଜବରଦଖଲ ଉଚ୍ଛେଦ ନୟାପଲ୍ଲୀ ହଜ ପୋଖରୀକୁ ନୂଆ ରୂପ ଦେବ ଏବଂ ଏହାର ପ୍ରକୃତ ସାତ ଏକର ପରିସୀମାକୁ ଫେରାଇଆଣିବ ଯାହା ବର୍ତମାନ ମାତ୍ର ୧.୫ ଏକରରେ ସୀମିତ ଅଛି । କେବଳ ଜବରଦଖଲ ଏବଂ ବେଆଇନ ନିର୍ମାଣ ଏହି ଅବସ୍ଥାର କାରଣ ହୋଇପଡିଛନ୍ତି । ଏପରି ପଦକ୍ଷେପ ଦ୍ବାରା ଉକ୍ତ ଜଳାଶୟର ଜଳଧାରଣ କ୍ଷମତା ଏହାର ପୂର୍ବ ଅବସ୍ଥାକୁ ଫେରି ଆସିବ ଏବଂ ନୟାପଲ୍ଲୀ ଅଂଚଳର ପ୍ରବାହିତ ଜଳ ଏଠାରେ ରହି ପାରିବ । ଏହି ହଜ ଠାରୁ ଡ୍ରେନେଜ ଚାନେଲ ନଂ ୧୦ ର ଆରମ୍ଭ ହୋଇଛି; ଏବଂ ହଜର ଫୁଲା ପାଣି ଏହି ଡ୍ରେନ ଦେଇ ଯାଇଥାଏ ।

ବିଡିଏର ଅତିରିକ୍ତ ଆୟୁକ୍ତ ତଥା ମେମ୍ବର ଏନଫୋର୍ସମେଂଟ ଭବାନି ଶଙ୍କର ଚଇନିଙ୍କ ନେତୃତ୍ବରେ ଏହି ସ୍ବତନ୍ତ୍ର କାର୍ଯ୍ୟ କରାଯାଇଥିଲା । ସର୍ବସାଧାରଣ ଏବଂ ନାଗରିକଙ୍କ ମଙ୍ଗଳ ନିମନ୍ତେ ଏହା ଏକ ବଡ ଧରଣର ଉଚ୍ଛେଦ କାର୍ଯ୍ୟକ୍ରମ ଏବଂ ଏହା ଦ୍ବାରା ନୟାପଲ୍ଲୀ ଅଂଚଳର ପ୍ରବାହିତ ଜଳକୁ ଉକ୍ତ ଜଳାଶୟ ଧରି ରଖିପାରିବ, ଜଳାଶୟ ଜଳକୁ ବିଜ୍ଞାନ ସମ୍ମତ ଉପଚାର କରାଯାଇ ଡ୍ରେନ ୧୦ ଦେଇ ଛଡାଯିବ; ଏହି ଜଳ ସହର ଉପକଣ୍ଠରେ ଥିବା ଗଙ୍ଗୁଆ ନାଳରେ ମିଶିବ ବୋଲି ଶ୍ରୀଯୁକ୍ତ ଚଇନି କହିଥିଲେ ।

ସୂଚନା ଯୋଗ୍ୟ କି ଉକ୍ତ ଜଳାଶୟ ନିକଟରେ ଥିବା ପାଉଁଶ ଇଟାର ନିର୍ମାଣକୁ ଗତକାଲି ମିଳିତ ସ୍କ୍ବାର୍ଡ ଦ୍ବାରା ମଧ୍ୟାହ୍ନ ସୁଦ୍ଧା ଭଙ୍ଗାଯାଇଥିଲା । ଅଧିକ ବର୍ଷା ହେତୁ ଏହି କାର୍ଯ୍ୟକୁ ବନ୍ଦ ରଖାଯାଇଥିଲା ଏବଂ ଗତକାଲିର କାର୍ଯ୍ୟ ନୟାପଲ୍ଲୀ ପୋଲିସଙ୍କ ବିନା ଉପସ୍ଥିତିରେ କରାଯାଇଥିଲା ।

ନୂଆ ଡ୍ରେନେଜ ଯୋଜନା ଅନୁସାରେ ନୟାପଲ୍ଲୀ ଅଂଚଳର ପ୍ରବାହିତ ଜଳକୁ ତିନୋଟି ଡେନ୍ ବାଟେ ନେଇ ହଜ ପର୍ଯ୍ୟନ୍ତ ଛଡାଯିବ ଫଳରେ ଏହାଦ୍ବାରା ବେହେରାସାହିର ତଳି ଅଂଚଳବାସୀ ଜଳବନ୍ଦୀ ସମସ୍ୟାରୁ ରକ୍ଷା ପାଇପାରିବେ ।

ତେବେ ନୟାପଲ୍ଲୀ ହଜ ନିକଟରେ ଏକ ପ୍ରଶସ୍ଥ ଜମି ବେଆଇନ ଅଧିକୃତ ହୋଇଥିବାର ଜଣା ପଡୁଛି, ଏହାର ସ୍ବତନ୍ତ୍ର ଅନୁଧ୍ୟାନ କରାଯାଇ ସରକାରୀ ସ୍ତରରେ ଏହାକୁ ହଜ ସାଂଗରେ ମିଶାଇବାକୁ ଚେଷ୍ଟା କରାଯିବ । ପ୍ରକୃତ ସୂଚନା ଅନୁଯାୟୀ ଏହି କାର୍ଯ୍ୟରେ କୌଣସି ପ୍ରକାର ସାଲିସ କରାଯିବ ନାହିଁ ।

ବିଏମସି ଡ୍ରେନେଜ ଡିଭିଜନ ନୟାପଲ୍ଲୀ ହଜର ଜଳକୁ ସର୍ବୋକ୍ରୃଷ୍ଟ ଶ୍ରେଣୀ ଉପଚାର ନିମନ୍ତେ ଏକ ସାମୁଦାୟିକ ଯୋଜନା ପ୍ରସ୍ତୁତ କରିବ । ଏଥିରେ ଫ୍ଲୋଟିଂଗ ୱେଟ୍ ଲ୍ୟାଣ୍ଡ, କନଷ୍ଟ୍ରକ୍ଟ୍ରେଡ ୱେଟ ଲ୍ୟାଣ୍ଡ, ସେଡିମେଂଟେସନ୍ ଟ୍ୟାଙ୍କ ଏବଂ ୱାଟର ବବ୍ଲିଂଗ ବା ଏରେଟର୍ସ ଇତ୍ୟାଦି ଅନ୍ତର୍ଭୁକ୍ତ ହୋଇପାରେ । ମୂଳ ଉଦ୍ଦେଶ୍ୟ ହେଲା ଉପଚାରିତ ଜଳକୁ ଡ୍ରେନେଜ୍ ଚ୍ୟାନେଲ୍ ନଂ ୧୦ ଦେଇ ଛଡାଯିବ ଯାହାକି ବେହେରା ସାହି ମଧ୍ୟରେ ଥିବା ଉକ୍ତ ଜଳାଶୟରୁ ବାହାରିଛି ।

ଅନ୍ୟପକ୍ଷରେ, ଡ୍ରେନେଜ୍ ଚ୍ୟାନେଲ ନଂ ୧୦ ର ରହିଥିବା ୧୨ ମିଟର ପ୍ରସ୍ଥକୁ ଏହାର ଆରମ୍ଭ ସ୍ଥାନରୁ ନେଇ ବିଦ୍ୟୁତ ମାର୍ଗ ପର୍ଯ୍ୟନ୍ତ (ଯାହା କି ଦି ୱାଲର୍ଡ ପର୍ଯ୍ୟନ୍ତ ରହିଛି) ଏହି ପ୍ରସ୍ଥକୁ ଅକ୍ଷୁର୍ଣ୍ଣ ରଖାଯିବ । ସମ୍ପୂର୍ଣ୍ଣ ମାପ କରାଯାଇ ଉକ୍ତ ଡ୍ରେନ୍ର ପ୍ରସ୍ଥକୁ ନିର୍ଦ୍ଧାରଣ କରିବା ଯାଏଁ ସଂପୃକ୍ତ ସ୍ଥାନଗୁଡିକରେ କୌଣସି ପ୍ରକାର ନିର୍ମାଣ ଏବଂ ବହୁତଳ କୋଠା ତିଆରିକୁ ବନ୍ଦ ରଖିବାର ନୋଟିସ୍ ଦିଆଯିବ ।

Share

Leave a Reply

Your email address will not be published. Required fields are marked *

fourteen − 3 =