ରାତି ୮ଟା ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବନ୍ଦ

ପୁରୀ: ଆଜିଠାରୁ ଓଡିଶାରେ ଆରମ୍ଭ ହେବ ନାଇଟ କର୍ଫ୍ୟୁ । ରାଜ୍ୟରେ କରୋନା ସଂକ୍ରମଣକୁ ଦଷ୍ଟିରେ ରଖି ୨୦ଟି ଜିଲ୍ଲାର ସହରାଞ୍ଚଳରେ ରାତି ୯ଟାରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ପୁରୀ ସହରରେ ନାଇଟ କର୍ଫ୍ୟୁକୁ କଡା଼କଡ଼ି କରିବା ପାଇଁ ରାତି ୮ଟା ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବନ୍ଦ କରାଯାଇଛି।

ସୂଚନା ଅନୁଯାୟୀ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ସପ୍ତାହରେ ଦୁଇ ଦିନ ଜଗା ଦର୍ଶନ ବନ୍ଦ ରହିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏବେ ନାଇଟ୍‌ କର୍ଫ୍ୟୁକୁ ଦୃଷ୍ଟିରେ ରଖି ରାତି ୮ଟାରୁ ଭକ୍ତଙ୍କୁ ଶ୍ରୀମନ୍ଦିର ମନା । ଏହି ସମୟରେ ଶ୍ରୀମନ୍ଦିର ନିକଟରେ ଥିବା ସ୍ୱତନ୍ତ୍ର ବ୍ୟାରିକେଡ଼୍‌କୁ ସିଲ୍‌ କରାଯିବ । ରାତି ୮ଟା ୩୦ ସୁଦ୍ଧା ଶ୍ରୀମନ୍ଦିରରୁ ଭକ୍ତମାନଙ୍କୁ ଖାଲି କରାଯିବ ।ସେହିଭଳି ବାହାର ଭକ୍ତଙ୍କ ପାଇଁ ଆର୍‌ଟିପିସିଆର୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ହେବ। ଶ୍ରୀମନ୍ଦିର ଭିତର ବାହାର କାଠ ନିକଟରୁ ସର୍ବସାଧାରଣ ଦର୍ଶନ ହେବ। ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ। ସପ୍ତାହରେ ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ ରହିବ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସନ ଅଜୟ କୁମାର ଜେନା କହିଥିଲେ।

Share

Leave a Reply

Your email address will not be published. Required fields are marked *

seventeen − 4 =