ଜୁନିୟର ମହାରଥୀଙ୍କୁ ମାର୍ଗଦର୍ଶନ ଦେବେ ବିଜେଡିର ୪ ରଣନୀତିକାର

ଭୁବନେଶ୍ୱର: ପିପିଲି ପାଇଁ ବିଜେଡି ଦଳ ପୁରାପୁରି ପ୍ରସ୍ତୁତ । ପିପିଲି ଗଡ଼ ଜିତିବା ପାଇଁ ଦଳ ପକ୍ଷରୁ ୪ଜଣ ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।ତେବେ ଏହି ଗୁରୁ ଦାୟିତ୍ୱ ବହନ କରିବେ ପିପିଲି ପର୍ଯ୍ୟବେକ୍ଷକ ପ୍ରତାପ ଦେବଙ୍କ ସହ ଦଳର ଉପସଭାପତି ଦେବୀ ମିଶ୍ର, ସାଧାରଣ ସମ୍ପାଦକ ସଂଜୟ ଦାସବର୍ମା ଓ ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତିଙ୍କ ଭଳି ପ୍ରମୁଖ ଟାଣୁଆ ନେତା ।

ବିଜେଡିର ଏହି ୪ବରିଷ୍ଠ ନେତା ପିପିଲିରେ ରହି ନିର୍ବାଚନୀ ରଣନୀତି ପରିଚାଳନା କରିବେ । ଏନେଇ ସୂଚନା ପ୍ରଦାନ କରିଛନ୍ତି ଦଳର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ । ଗତକାଲି ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ଆଜି ପିପିଲି ମଇଦାନରେ ଜୋରଦାର ପ୍ରଚାର ଆରମ୍ଭ ହୋଇଯାଇଛି | ଆଜିଠାରୁ ବାପାଙ୍କ ଗଡରେ ବିଜେଡି ଧ୍ୱଜା ଉଡାଇବାକୁ ଜୁନିୟର ମହାରଥୀଙ୍କୁ ମାର୍ଗଦର୍ଶନ କରିବେ ବିଜେଡିର ଏହି ଶୀର୍ଷ ୪ରଣନୀତିକାର ।

Share

Leave a Reply

Your email address will not be published. Required fields are marked *

1 + one =