ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ନିର୍ବନ୍ଧ ସମ୍ପନ୍ନ

ପଶ୍ଚିମ ଓଡ଼ିଶାର ଦୁଇ ଯୁବ ଆଇଏଏସ୍‌ଙ୍କ ମଧ୍ୟରେ ପଡ଼ିବ ହାତଗଣ୍ଠି । ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ବାହାଘର ପାଇଁ ରବିବାର ନିର୍ବନ୍ଧ ସମ୍ପନ୍ନ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ଆବାସିକ କାର୍ୟ୍ୟାଳୟରେ ଏହି ନିର୍ବନ୍ଧ ସମ୍ପନ୍ନ ହୋଇଥିବା ଜଣାପଡ଼ିଛି ।
୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଚଞ୍ଚଳ ରଣା ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାପାଳ ଥିବା ବେଳେ ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅଫିସର ଅନନ୍ୟା ଦାସ ସମ୍ବଲପୁର ଜିଲ୍ଲାପାଳ ଅଛନ୍ତି । ଓଡ଼ିଶାର ଅନୁଗୁଳ ଜିଲ୍ଲା ନିବାସୀ ଶ୍ରୀ ରଣା ଏନ୍‌ଆଇଟି ସିଲଚରରୁ ବିଟେକ୍‌ ଡିଗ୍ରି ହାସଲ କରିବା ପରେ ୟୁପିଏସ୍‌ସିରେ ଟପ୍ପର ହୋଇଥିଲେ । ଶ୍ରୀ ରଣା ପୂର୍ବରୁ କୁଚିଣ୍ଡାର ଉପଜିଲ୍ଲାପାଳ ଦାୟିତ୍ୱ ମଧ୍ୟ ତୁଳାଇ ସାରିଛନ୍ତି । 

ସେହିପରି ୨୦୧୮ ବ୍ୟାଚ୍‌ ଆଇଏଏସ୍‌ ଅନନ୍ୟା ଦାସ ଆସାମର ମୂଳ ବାସିନ୍ଦା । ସେ ଏହା ପୂର୍ବରୁ କଟକ ସିଏମ୍‌ସି କମିଶନର ଦାୟିତ୍ୱ ମଧ୍ୟ ତୁଳାଇଥିଲେ 

Share

Leave a Reply

Your email address will not be published. Required fields are marked *

three + nine =