ରାଜ୍ୟ

ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳ ବଦଳ

ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଗୁରୁବାର ସରକାର ଅଦଳ ବଦଳ କରିଛନ୍ତି। ବିଏମ୍‌ସିରେ ଅତିରିକ୍ତ ଆୟୁକ୍ତ ଥିବା ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପଦକୁ ବଦଳି କରାଯାଇଛି। ସେ ଏନଏଚଏମର ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

କିଛି ଦିନ ପୂର୍ବେ ଶ୍ରୀ ସାହୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଥିଲା। ତାଙ୍କର ଏହି ବଦଳି ଆଦେଶକୁ ବାତିଲ କରାଯାଇଛି। ସେହିପରି ସିଡିଏର ପୂର୍ବତନ ସଚିବ ଶ୍ବେତ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ଆଦେଶ ବାତିଲ କରାଯାଇ ତାଙ୍କୁ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

five × three =