କୋର୍ଟଙ୍କ ଅନୁମତି କ୍ରମେ ଜେଲରେ ରହି, ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା

ଅର୍ଚ୍ଚନା ନାଗ ଦେବେ ଲ’ ପରୀକ୍ଷା । ଝାରପଡ଼ା ଜେଲ୍‌ ଭିତରେ ଦେବେ ପରୀକ୍ଷା । ଏଥିପାଇଁ ଜେଲ୍‌ ମାନୁଆଲ ଅନୁୟାୟୀ ପରୀକ୍ଷା ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଜାନୁଆରୀ ୩୧ରୁ ଫେବୃୟାରୀ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। କ୍ୟାପିଟାଲ ଲ କଲେଜରେ ଇଣ୍ଟିଗ୍ରେଟେଡ ଲ’ ସପ୍ତମ ସେମିଷ୍ଟାର ପରୀକ୍ଷା ଦେବେ ଅର୍ଚ୍ଚନା । ପରୀକ୍ଷା ପାଇଁ ପୂର୍ବରୁ ଅର୍ଚ୍ଚନା ଫର୍ମ ପୂରଣ କରିଥିଲେ। ପରୀକ୍ଷା ଦେବା ପାଇଁ କୋର୍ଟ ଅନୁମତି ଦେଇଥିଲେ। ଅର୍ଚ୍ଚନା ନାଗ କ୍ୟାପିଟାଲ ଲ’ କଲେଜରେ ୫ ବର୍ଷୀୟା ଆଇନ ପାଠ୍ୟକ୍ରମ ପଢୁଛନ୍ତି । ସେ ଇଣ୍ଟିଗ୍ରେଟେଡ ଲ’ ଚତୁର୍ଥ ବର୍ଷର ଛାତ୍ରୀ। ଏବେ ଅର୍ଚ୍ଚନା ନାଗ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ।

ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ନିୟମ ଅନୁଯାୟୀ ପରୀକ୍ଷା ଦେବେ । ଅର୍ଚ୍ଚନା ଆଇନ ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଜେଏମଏଫସି-୫କୁ ଓକିଲ ମାଧ୍ୟମରେ ଅନୁମତି ମାଗିଥିଲେ । ଫର୍ମ ପୂରଣ ପାଇଁ କୋର୍ଟଙ୍କ ଅନୁମତି ପରେ ଅର୍ଚ୍ଚନାଙ୍କ ଓକିଲ ଫର୍ମପୂରଣ କରିଥିଲେ । ଅନ୍ୟପଟେ ଏବେ ଇଡ଼ିର ନଜର ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଉପରେ ରହିଛି ।

Share

Leave a Reply

Your email address will not be published. Required fields are marked *

3 × 4 =