ଅବଦୁର ରେହମାନର ଆଜି ହେବ ଦଣ୍ଡ ଘୋଷଣା

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗ । ଦୋଷୀ ସାବ୍ୟସ୍ତ ଆତଙ୍କବାଦୀ ଅବଦୁର ରେହମାନର ହେବ ଆଜି ଦଣ୍ଡଘୋଷଣା । କଟକ ଜଗତପୁର ଅଞ୍ଚଳର ଅବଦୁର ରେହମାନକୁ ଦୋଷୀ ସାବ୍ୟସ୍ତ କରିଥିଲେ ଦିଲ୍ଲୀ ପଟିଆଲା ହାଉସକୋର୍ଟ ।

ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ ୨୦୧୫ ମସିହା ଡିସେମ୍ବର ୧୬ରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ  । ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ଅବଦୁରକୁ ଗିରଫ କରାଯାଇଥିଲା । ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ଜଣାପଡ଼ିଥିଲା।

ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୁଲିସ୍ କହିଥିଲା। ଅନେକ ଥର ପାକିସ୍ତାନ ଯାଇ  ଆତଙ୍କବାଦୀ ସଂଗଠନର ମୁଖିଆଙ୍କୁ ଭେଟିଥିଲା  । ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା । ବେଆଇନ ମଦ୍ରାସା ଚଳାଇବା , ଅସ୍ତ୍ରଶସ୍ତ୍ର ତାଲିମ ଦେବା ଓ ଉତ୍ତେଜନା ପ୍ରବଣ ଭାଷଣ ଦେବା ଆଦିର ପ୍ରମାଣ ପୋଲିସ ହାତରେ ଲାଗିଥିଲା । ବାରମ୍ବାର ଅବଦୁରକୁ NIA ରିମାଣ୍ଡରେ ନେଇ ତଦନ୍ତ କରିସାରିଛି।

Share

Leave a Reply

Your email address will not be published. Required fields are marked *

19 + 9 =