ସବୁଜ ଜୀବନ ଶୈଳୀକୁ ପ୍ରୋତ୍ସାହନ ପାଇଁ ଟିପିଏସ୍ଓଡିଲର ୱାକାଥନ୍

* ୬ ଟି ସର୍କଲରେ ସାମିଲ ହେଲେ ୪୦୦ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ
ବ୍ରହ୍ମପୁର: ଟିପିଏସ୍ଓଡିଲ୍ (ଓଡ଼ିଶା ସରକାର ଓ ଟାଟା ପାୱାରଙ୍କ ଏକ ଯୌଥ ଉଦ୍ୟୋଗ) ପକ୍ଷରୁ ସଷ୍ଟେନେବଲିଟି (ପରିବେଶ ଅନୁକୂଳ ଜୀବନଶୈଳୀ)ର ବାର୍ତ୍ତା ଦେବା ପାଇଁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୱାକାଥନମାନ ଆୟୋଜିତ ହୋଇଛି । କମ୍ପାନୀର କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କୁ ପରିବେଶ ଅନୁକୂଳ ଜୀବନଶୈଳୀର ମହତ୍ତ୍ୱ ଓ ଆବଶ୍ୟକତା ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହି ୱାକାଥନ୍ କରାଯାଇଥିଲା ।
ଟିପିଏସ୍ଓଡିଲର ୬ ଟି ସର୍କଲରେ ୪୦୦ ରୁ ଉର୍ଦ୍ଧ୍ବ ସ୍ଵେଚ୍ଛାସେବୀ ସଷ୍ଟେନେବଲିଟି ଲିଭିଂ(ସବୁଜ ଜୀବନଶୈଳୀର)ର ବାର୍ତ୍ତା ଲେଖାଯାଇଥିବା ପ୍ଲାକାର୍ଡ ଧରି ଏହି ୱାକାଥନରେ ଭାଗ ନେଇଥିଲେ। ଶକ୍ତି ସଂରକ୍ଷଣ ଓ ସବୁଜ ଶକ୍ତିର ଉତ୍ସକୁ ବ୍ୟବହାର କରିବା ଦିଗରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା।
ନିରନ୍ତର ବିକାଶ ପାଇଁ ଟିପିଏସ୍ଓଡିଲ୍ ସଦା ପ୍ରତିବଦ୍ଧ। ପରିବେଶ ଅନୁକୂଳ ଉତ୍ପାଦର ବ୍ୟବହାର କରିବା ପାଇଁ ଟିପିଏସ୍ଓଡିଲ୍ ନିଜ କର୍ମଚାରୀ, ଉପଭୋକ୍ତା ଓ ଅଂଶୀଦାରମାନଙ୍କୁ ସର୍ବଦା ପ୍ରୋତ୍ସାହିତ କରେ। ପରିବେଶ ଅନୁକୂଳ ଜୀବନ ଶୈଳୀକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ କମ୍ପାନୀ ପକ୍ଷରୁ ବିଭିନ୍ନ ସମୟରେ ଅଭିନବ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏକ ସବୁଜ ପରିବେଶ ମଧ୍ୟରେ ସହାବସ୍ଥାନ ଧାରଣୀୟ ବିକାଶର ମୂଳ ମନ୍ତ୍ର ଅଟେ ।
ଟିପିଏସ୍ଓଡିଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି, ” ଆମେ ଦୃଢତାର ସହ ବିଶ୍ୱାସ କରୁ ଯେ ସଷ୍ଟେନେବଲିଟି(ପରିବେଶ ଅନୁକୂଳ ଜୀବନଶୈଳୀ) ଏକ ବିକଳ୍ପ ନୁହେଁ , ଏହା ଏକ ଦାୟିତ୍ଵ। ୱାକାଥନ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ପରିବେଶ ଅନୁକୂଳ ଜୀବନଶୈଳୀ ଆପଣେଇବା ପାଇଁ ବାର୍ତ୍ତା ଦେଉଛୁ। ସଭିଙ୍କ ମିଳିତ ଉଦ୍ୟମରେ ଆମେ ଏକ ସୁସ୍ଥ ଓ ସୁନ୍ଦର ଭବିଷ୍ୟତ ଗଢ଼ିପାରିବା।

Share

Leave a Reply

Your email address will not be published. Required fields are marked *

4 × two =