ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ କଟକରେ କଏନ ଓ ନୋଟ ବିନିମୟ ମେଳା ଆୟୋଜିତ

ଭୁବନେଶ୍ୱର: ଭାରତର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ୨୦୨୩ ଅକ୍ଟୋବର ୧୯ରେ କଟକର ସିଡିଏ ବଜାର ସେକ୍ଟର-୬ରେ ଏକ କଏନ (ମୁଦ୍ରା) ଓ ନୋଟ୍ ବିନିମୟ ମେଳା ଆୟୋଜନ କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର ମହାପ୍ରବନ୍ଧକ ଡକ୍ଟର ଦେବୀ ପ୍ରସାଦ ନନ୍ଦ, କ୍ଲଷ୍ଟର ହେଡ୍ – କଟକ ଶ୍ରୀ ଜଗଦୀଶ ଚନ୍ଦ୍ର ପଟ୍ଟନାୟକ, ସର୍କଲ ବିବିଓ ହେଡ୍ ଶ୍ରୀ ମନୋରଞ୍ଜନ ପତି ଓ ବ୍ୟାଙ୍କର ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ଲାଗି ଆକ୍ସିସ୍ ବ୍ୟାଙ୍କର କରେନ୍ସି ଚେଷ୍ଟ ତରଫରୁ ସବୁ ପ୍ରକାର ମୂଲ୍ୟର ନୂଆ ନୋଟ୍ ଓ କଏନ ପ୍ରଦାନ କରାଯାଇଥିଲା । ରିଜର୍ଭ ବ୍ୟାଙ୍କର ସ୍ୱଚ୍ଛ ନୋଟ୍ ନୀତିିକୁ କାର୍ଯ୍ୟକାରୀ କରିବା ଲକ୍ଷ୍ୟ ନେଇ ବ୍ୟାଙ୍କ ପକ୍ଷରୁ ଏହି ମେଳା ଆୟୋଜନ କରାଯାଇଥିଲା ଏବଂ ମାଗଣାରେ ମଇଳା ଓ ଚିରାଫଟା ନୋଟ୍ ଓ କଏନ୍‌କୁ ବଦଳାଇବା ଲାଗି ଗ୍ରାହକ ଓ ସାଧାରଣ ଜନତାଙ୍କୁ ସୁବିଧା ପ୍ରଦାନ କରାଯାଇଥିଲା । ଏହି ମେଳାରେ ପ୍ରାୟ ୫୦ ଜଣ ଭାଗ ନେଇଥିବା ବେଳେ ୧୧ ଲକ୍ଷ ଟଙ୍କାର କଏନ ଓ ନୋଟ୍ ଏକ୍ସଚେଞ୍ଜ କରିଥିଲେ ।
ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ଆଗକୁ ବଢ଼ାଇବା ଓ ସମାଜର ପ୍ରତିଟି ବର୍ଗର ଉତଥାନ ପାଇଁ ଦେଶବ୍ୟାପୀ ଆବଶ୍ୟକ ଭିତିଭୂମି ପ୍ରଦାନ କରିବାରେ ବ୍ୟାଙ୍କ ପ୍ରତ୍ୟେକ୍ଷ ଭାବେ ଜଡ଼ିତ ରହିଛି ।
ଭୁବନେଶ୍ୱର ସର୍କଲରେ ଆକ୍ସିସ୍ ବ୍ୟାଙ୍କର ୧୭୪ ଶାଖା ଓ ୫୦୬ ଏଟିଏମ୍ ରହିଛି ।

Share

Leave a Reply

Your email address will not be published. Required fields are marked *

eighteen + one =