ବଜେଟ୍‌ରେ ଅଭିବୃଦ୍ଧି, ଜନକଲ୍ୟାଣକୁ ଗୁରୁତ୍ୱ: ଏନ୍‌ଏସ୍‌ଇ ସିଇଓ ତଥା ଏମ୍‌ଡି ଆଶିଷ କୁମାର ଚୌହ୍ୱାନ

ଭୁବନେଶ୍ୱର/କଟକ: ଅନ୍ତରୀଣ ବଜେଟ୍‌କୁ ୧୦/୧୦ ମାର୍କ ଦେବକୁ ଚାହିଁବି ବୋଲି ଏନ୍‌ଏସ୍‌ଇ ସିଇଓ ତଥା ଏମ୍‌ଡି ଆଶିଷ କୁମାର ଚୌହ୍ୱାନ ନିଜ ମତ ରଖିଛନ୍ତି । ନିଜ ଉକ୍ତିକୁ ସୁଦୃଢ କରିବାକୁ ଯାଇ ସେ କହିଛନ୍ତି, ଚଳିତ ଅନ୍ତରୀଣ ବଜେଟରେ ଅଭିବୃଦ୍ଧି ତଥା କଲ୍ୟାଣକାରୀ ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ନୀତି ଓ ଟିକସକୁ ଅପରିବର୍ତିତ ରଖାଯାଇଛି । ଭିତିଭୂମି ଉପରେ ଅଧିକ ଖର୍ଚ୍ଚ କରି ଦକ୍ଷତା ଗଠନ କରିବା ଏବଂ ନିଯୁକ୍ତି ସୃଷ୍ଟିକୁ ସହଜ କରିବା ଉପରେ ବଜେଟ୍‌ରେ ଗୁରୁତ୍ୱ ଦିଆଯାଉଛି । ଏଥିସହିତ ବଜେଟରେ ଗରିବ, କୃଷକ, ମହିଳା ଏବଂ ଯୁବପିଢ଼ିଙ୍କ ପାଇଁ ଯଥେଷ୍ଟ ବ୍ୟବସ୍ଥା କରାଯାଇଛି ଯାହା ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଭଲ ସଙ୍କେତ ଦେଉଛି । ଏକ ଅନିଶ୍ଚିତ ଦୁନିଆରେ ଏହା ଆମକୁ ଏକ ଭଲ ସ୍ଥିତିରେ ରଖିଛି । ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ସଂଶୋଧିତ ବିତୀୟ ନିଅଂଟ ୫.୮% ରହିଛି ଯାହା ବଜେଟ୍ ଆକଳନଠାରୁ ୧୦ ପଏଂଟ ପ୍ରତିଶତ ବୃଦ୍ଧି ପାଇଛି । ଆର୍ôଥକ ବର୍ଷ ୨୦୨୪-୨୫ ପାଇଁ ବିତୀୟ ନିଅଂଟକୁ ୫.୧%କୁ ହ୍ରାସ କରାଯିବା ସହ ଆର୍ôଥକ ବର୍ଷ ୨୦୨୫-୨୬ ସୁଦ୍ଧା ତାହାକୁ ୪.୫%ରୁ କମ୍ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯିବା ସହ ବିତୀୟ ଶୃଙ୍ଖଳାକୁ ସରକାର ସବୁଠୁ ଆଗରେ ରଖିଛନ୍ତି ।
ସଡ଼କ, ପରିବହନ ଏବଂ ରେଳପଥ ଉପରେ ଧ୍ୟାନ ଦେଇ ପୁଂଜି ବ୍ୟୟ ବରାଦ ୧୬.୯% ବୃଦ୍ଧି ପାଇ ୧୧.୧୧ ଲକ୍ଷ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଂଚିଛି ଯାହା ଜିଡିପିର ୩.୪% । ଏହା ୨୬ ବର୍ଷ ମଧ୍ୟରେ ସର୍ବାଧିକ । ଅର୍ଥାତ୍ ଗତ ପାଂଚ ବର୍ଷ ମଧ୍ୟରେ ୨୭% ଚକ୍ରବୃଦ୍ଧି ହାରରେ ବଢ଼ିଛି । ବ୍ୟୟର ଗୁଣବତାରେ ମଧ୍ୟ ଉନ୍ନତି ଘଟିଛି । ପୁଞ୍ଜି ବ୍ୟୟ ବର୍ତମାନ ମୋଟ ଖର୍ଚ୍ଚର ୨୩.୩% ରହିଛି ଯାହା ୩୦ ବର୍ଷ ମଧ୍ୟରେ ସର୍ବାଧିକ ।
ବିଜୁଳି, ସ୍ୱାସ୍ଥ୍ୟ, ବାସଗୃହ, ରନ୍ଧନ ଗ୍ୟାସ ଏବଂ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ସହିତ ଗରିବ ଏବଂ ଅସହାୟଙ୍କ ପାଇଁ ଆଜି ଏକ ସାମାଜିକ ସୁରକ୍ଷା ଢାଂଚା ପ୍ରସ୍ତୁତ ହୋଇଛି । ମୋଟାମୋଟି ଭାବେ ଏହା ବଜାର ପାଇଁ ଏକ ସକାରାତ୍ମକ ବଜେଟ୍‌, ଯେଉଁଥିରେ ଅଭିବୃଦ୍ଧି, ବୁଦ୍ଧିମତା ଏବଂ ସ୍ୱଚ୍ଛତା ଉପରେ ନିରନ୍ତର ଧ୍ୟାନ ଦିଆଯାଉଛି ।

Share

Leave a Reply

Your email address will not be published. Required fields are marked *

15 + six =