ଅଡୁଆରେ ଏୟାର ଓଡ଼ିଶା ଅଧିକାରୀ

ଏୟାର ଓଡ଼ିଶା’ର ବରିଷ୍ଠ ଅଧିକାରୀ ସନ୍ତୋଷ ପାଣିଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ତଦନ୍ତ ଜାରି ରଖିଛି କମିଶନରେଟ ପୁଲିସ। ପୀଡ଼ିତା ଓ ଅଭିଯୁକ୍ତ ଶ୍ରୀ ପାଣିଙ୍କ କଲ୍ ଓ ମେସେଜ୍ ଡିଟେଲର ଛାନଭିନ ଜାରି ରହିଛି।
ଏଥିସହ ପୁଲିସ ‘ଦୁଷ୍କର୍ମ’ ହୋଇଥିବା ଘଟଣାସ୍ଥଳର ଯାଞ୍ଚ କରିଛି। ପୀଡ଼ିତାଙ୍କ ବୟାନକୁ ଭିତ୍ତିକରି ‘ଏୟାର ଓଡ଼ିଶା’ ଅଫିସରେ ପୁଲିସ ଚଢ଼ଉ କରି କିଛି ଦସ୍ତାବିଜ ମଧ୍ୟ ଜବତ କରିଛି। ପୀଡ଼ିତାଙ୍କ ୧୬୧ ଓ କୋର୍ଟରେ ୧୬୪ ବୟାନ ମଧ୍ୟ ରେକର୍ଡ ହୋଇ ସାରିଛି।
ଅଭିଯୋଗ ଅନୁସାରେ ଅଗଷ୍ଟ ୧୦ ଓ ୧୨ ତାରିଖରେ ଥଣ୍ଡା ପାନୀୟରେ ନିଶା ଦେଇ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ କରାଯାଇ ଥିଲା। ତେବେ ଗୋଟିଏ ମାସ ଡେରିରେ ପୀଡ଼ିତା କାହିଁକି ଦୁଷ୍କର୍ମ ଅଭିଯୋଗ ଆଣିଲେ, ସେନେଇ ମଧ୍ୟ ଖୋଳତାଡ ହୋଇଛି। ଏସବୁ ଅନୁସନ୍ଧାନ ଚୂଡ଼ାନ୍ତ ପର‌୍ୟ୍ୟାୟରେ ପହଞ୍ଚିଥିବା ବେଳେ ଅଭିଯୁକ୍ତ ‘ଏୟାର ଓଡ଼ିଶା’ ଅଧିକାରୀ ସନ୍ତୋଷ ପାଣିଙ୍କ ପାଇଁ ବିପଦ କ୍ରମେ ବଢୁଥିବା ଆଶଙ୍କା କରାଯାଉଛି।

Share

Leave a Reply

Your email address will not be published. Required fields are marked *

5 × two =