Friday, October 30, 2026
Latestଜାତୀୟ

ଅଶ୍ଳୀଳ ଭିଡିଓ ଦେଖିବାରେ ଭାରତ ୧ ନମ୍ବର

ଏବେ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍, ଓ ସେଥିରେ ହାଇସ୍ପିଡ ଇଣ୍ଟରନେଟ। ଦିନରାତି ଆଜିକ୍ର ଯୁବପିଢି ମୋବାଇଲରେ ବ୍ୟସ୍ତ ରହୁଛନ୍ତି। କିଛି ଲୋକ ମୋବାଇଲକୁ ଭଲ କାମରେ ବ୍ୟବହାର କରୁଥିବା ବେଳେ ଆଉ କିଛି ଏଥିରେ ଖରାପ କାମ ତଥା ଅଶ୍ଳୀଳ ଭିଡିଓ ଦେଖିବାରେ ସମୟ କାଟୁଛନ୍ତି। ତେବେ ସବୁଠାରୁ ଅଧିକ ମୋବାଇଲରେ ପର୍ଣ୍ଣ ଦେଖୁଥିବା ଦେଶଙ୍କ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତ ୧ ନମ୍ବର ସ୍ଥାନରେ ରହିଛି।

ଭାରତରେ ୮୯ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଭିଡିଓ ଦେଖିଛନ୍ତି। ଏହି ସଂଖ୍ୟା ୨୦୧୭ ତୁଳନାରେ ୩ ପ୍ରତିଶତ ଅଧିକ ରହିଛି। ୨୦୧୯ରେ ସାରା ଦୁନିଆରେ ଏହାର ପ୍ରତିଶତ ୭୭ ପ୍ରତିଶତ ରହିଛି। ୨୦୧୮ରେ କିନ୍ତୁ ଏହା ୬୭ ପ୍ରତିଶତ ଥିଲା। ତେବେ ଆଡ଼ଲ୍ଟ ସାଇଟ୍ ପର୍ଣ୍ଣହବର ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ୪ ଜଣ ମୋବାଇଲ ଧରୁଥିଲେ ୩ ଜଣ ସେହି ମୋବାଇଲରେ ପର୍ଣ୍ଣ ଦେଖୁଛନ୍ତି। ଅର୍ଥାତ୍ ପର୍ଣ୍ଣ ଦେଖିବା ପାଇଁ ଏବେ ଡେସ୍କଟପ ଓ ଲାପଟପକୁ ଦ୍ୱିତୀୟ ପସନ୍ଦ ଭାବେ ଗ୍ରହଣ କରୁଛନ୍ତି ଲୋକମାନେ।

ଭାରତ ପରେ ପର୍ଣ୍ଣ ଭିଡିଓ ଦେଖିବାରେ ଆମେରିକା ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକାର ୮୧ ପ୍ରତିଶତ ଲୋକ ମୋବାଇଲରେ ପର୍ଣ୍ଣ ଦେଖୁଥିୁବା ବେଳେ ବ୍ରାଜିଲ ୭୯ ପ୍ରତିଶତ ସହ ତୃତୀୟ ନମ୍ୱରରେ ରହିଛି। ଏହାପରେ ୭୦ ପ୍ରତିଶତ ସହ ଜାପାନ ଏବଂ ୭୪ ପ୍ରତିଶତ ସହ ୟୁକେ ରହିଛି। ସ୍ୱିଡେନର ମୋବାଇଲ ନିର୍ମାତା କମ୍ପାନୀ ଏରିକସନ ଅନୁସାରେ, ମୋବାଇଲ ଡାଟା ବ୍ୟବହାରରେ ଭାରତ ନମ୍ୱର ୧ରେ ରହିଛି। ପ୍ରତି ମୋବାଇଲରୁ ଏବେ ହାରାହାରି ମାସିକ ୯.୮ ଜିବି ଡାଟା ଖର୍ଚ୍ଚ ହେଉଛି। ୨୦୨୪ ବେଳକୁ ଏହି ସଂଖ୍ୟା ୧୮ ଜିବି ହୋଇଯିବ।

Share

Leave a Reply

Your email address will not be published. Required fields are marked *

nine + twelve =