ବିକାଶ ଗୌଡାଙ୍କ ଅବସର

ନୂଆଦିଲ୍ଲୀ () ଦେଶ ପାଇଁ ଡିସ୍କସ ଥ୍ରୋ ଇଭେଣ୍ଟରେ ଏକମାତ୍ର ରାଜ୍ୟଗୋଷ୍ଠୀ ସ୍ବର୍ଣ୍ଣ ପଦକ ଜିତିଥିବା ବିକାଶ ଗୌଡ଼ା ବୁଧବାର ଅବସର ଘୋଷଣା କରିଛନ୍ତି । ଦୀର୍ଘ ୧୫ ବର୍ଷର କ୍ୟାରିୟର ସେ ଏହି ଡିସ୍କସ୍ ଥ୍ରୋ ଇଭେଣ୍ଟରେ ସକ୍ରିୟ ଥିଲେ । ଚାରି ଥର ଅଲିମ୍ପିଆନ୍ ଅନ୍ତିମ ଥର ଭୁବନେଶ୍ବରରେ ଅନୁଷ୍ଠିତ ଏସିଆନ୍ ୟମ୍ପିୟାନସିପରେ ଅଂଶଗ୍ରହଣ କରିଥିଲେ । ସେ ଉକ୍ତ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହାପରେ ସେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟରେ ଅଂଶଗ୍ରହଣ କରି ନ ଥିଲେ । ତାଙ୍କ ଅବସର ସମ୍ପର୍କରେ ଆଥ୍ଲେଟିକ୍ସ ଫେଡେରେଶନ ଅଫ୍ ଇଣ୍ଡିଆ (ଏଏଫ୍ଆଇ) ପକ୍ଷରୁ ଟୁଇଟର ଜରିଆରେ ଘୋଷଣା କରାଯାଇଛି ।

ଏ ନେଇ ଗୌଡ଼ା ପ୍ରଥମେ ଏଏଫ୍ଆଇ ନିକଟକୁ ନିଜ ଅବସର ସମ୍ପର୍କରେ ପତ୍ର ଲେଖିଥିଲେ । ଗୌଡ଼ା ଏବେ ପର୍ଯ୍ୟନ୍ତ ଡିସକସ ଥ୍ରୋ ଇଭେଣ୍ଟରେ ଜାତୀୟ ରେକର୍ଡ ଅଧିକାରୀ । ସେ ୨୦୧୨ରେ ୬୬.୨୮ ମି. ଦୂରତା ହାସଲ କରିଥିଲେ । ଏସିଆନ୍ ଚମ୍ପିୟାନ୍ସଶିପରେ କ୍ରମାଗତ ୨୦୧୩ ଓ ୨୦୧୫ରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହବାଦ୍ ସେ ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ଓ ୨୦୧୪ ଗ୍ଲାସଗୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଅର୍ଜନ କରିଥିଲେ । ଏସିଆନ୍ ଗେମ୍ସ ୨୦୧୦ରେ ବ୍ରୋଞ୍ଜ ଓ ୨୦୧୪ରେ ରୌପ୍ୟ ପଦକ ପାଇଥିଲେ । ସେ ୨୦୦୪, ୨୦୦୮, ୨୦୧୨ ଓ ୨୦୧୬ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ । କିନ୍ତୁ କେବଳ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ହିଁ ସେ ଫାଇନାଲରେ ସ୍ଥାନ ପାଇଥିଲେ ।

Share

Leave a Reply

Your email address will not be published. Required fields are marked *

three × 4 =