ନିପଟ ମଫସଲରୁ ଜ଼ର୍ମାନୀର ଗଟିନବର୍ଗ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର, 31/05 (ନିପ୍ର) ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ଛୋଟିଆ ଗାଁ ଟିଏ ବଳସିଂହ । ଏହି ଗାଁ ର ଏକ ସାଧାରଣ ଚାଷୀ ପରିବାରର ପିଲାଟି ହେଇଛି ଶେଷା କିଷାନ । ନିଜର ଅସାଧାରଣ ପ୍ରତିଭା ଓ ଦୃଢ ମନୋବଳ ଯୋଗୁ ଆଜି ସେ ଏକ ଅଜଣା ଗାଁ ଚଟଶାଳୀ ରୁ ପାଠପଢି ଜ଼ର୍ମାନୀ ର ଗଟିନବର୍ଗ ବିଶ୍ବବିଦ୍ୟାଳୟରେ ମାସିକ 2ଲକ୍ଷ ଟଙ୍କା ବୃତିରେ  ରିସରଚ ଆସୋସିଏଟ ଭାବେ ଯୋଗଦେଇଛନ୍ତି । ତାଙ୍କର ଏହି ଅସାଧାରଣ କୃତିତ୍ବରେ ମୁଗ୍ଧ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ତାଙ୍କୁ ଏକଲକ୍ଷ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରିଛନ୍ତି ।

24 ବର୍ଷର ଶେଷା ଗାଁ ପ୍ରାଥମିକ ସ୍କୁଲରୁ ପାଠପଢା ଆରମ୍ଭ କରିଥିଲା । ବାପାଙ୍କ ଆର୍ଥିକ ସ୍ଥିତି ସ୍ଵଚଳ ନଥିବାରୁ ସ୍କୁଲର ମଧ୍ୟାହ୍ନ ଭୋଜନ ତାଙ୍କ ପାଇଁ ସ୍କୁଲ ଯିବାକୁ ଆଗ୍ରହ ସୃଷ୍ଟି କରିଥିଲା । ଧୀରେ ଧୀରେ ସେ ସ୍କୁଲ ଯିବାକୁ ଆକୃଷ୍ଟ ହେଲେ । ପାଠ ସହ ବାପାଙ୍କ ସହ ଚାଷ କାମ ବି କରୁଥିଲେ । ଷଷ୍ଠ ରେ ସେ ଜବାହାର ନବଦ୍ବୟ ବିଦ୍ୟାଳୟରେ ପାଠ ପଢିଲେ । ଦ୍ବାଦଶରେ ସେ ନେଷ୍ଟ ପରୀକ୍ଷାରେ ସଫଳ ହେଲେ । କିନ୍ତୁ ସେସମୟରେ ତାଙ୍କ ବାପାଙ୍କ ଦେହ ଖରାପ ହେବାରୁ ସେ ନିଜ ସଫଳତା ସମ୍ପର୍କରେ ଜାଣିପାରିଲେନାହିଁ । ତେଣୁ ସେ ରେଜିଓନାଲ ଇନଷ୍ଟିଚ୍ୟୁଟରେ ନାମ ଲେଖାଇଲେ । ତା ପରବର୍ଷ ପୁଣିଥରେ ସେ ନେଷ୍ଟରେ କୃତିତ୍ବ ପାଇଲେ ଆଉ ନାଇଜରରେ ନାମ ଲେଖାଇଲେ । ଆମେରିକାର ବିଭିନ୍ନ ଜର୍ଣ୍ଣାଲରେ ତାଙ୍କର ଗବେଷଣାତ୍ମକ ପ୍ରବନ୍ଧ ବାହାରିଲା । ଏବେ ସେ ଜ଼ର୍ମାନୀର ଗଟିନବର୍ଗ ବିଶ୍ବବିଦ୍ୟାଳୟରେ  ରିସର୍ଚ ଆସୋସିଏଟ ।

Share

Leave a Reply

Your email address will not be published. Required fields are marked *

1 + 13 =