ରାମାୟଣ ପଢିନାହାନ୍ତି ଦାମ

ଭୁବନେଶ୍ୱର () ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ରାମାୟଣ ପଢ଼ିନଥିବା ଭଳି ଲାଗୁଛି । ପଢିଥିଲେ ବୋଧହୁଏ ରାବଣର ଦଶ ମୁଣ୍ଡକୁ କାମ, କ୍ରୋଧ, ଲୋଭ ଆଦି କହିନଥାନ୍ତେ । ଶାସ୍ତ୍ର ଅନୁଯାୟୀ ରାବଣର ଦଶ ମୁଣ୍ଡ ଦଶଟି କୁବୁଦ୍ଧି ନୁହଁ । ଏହା ହେଉଛି ଦଶଟି ସୁବୁଦ୍ଧି । ଅର୍ଥାତ ରାବଣର ଦଶ ମୁଣ୍ଡ ଷଡ଼ଶାସ୍ତ୍ର ଓ ଚତୁର୍ବେଦର ସମିଶ୍ରଣ ।

ସେହିଭଳି ରାବଣ ଜଣେ ଦୈତ୍ୟ ନଥିଲେ । ସେ ଜଣେ ଋଷିପୁତ୍ର, ମହାଜ୍ଞାନୀ ଓ ତ୍ରିକାଳଦର୍ଶୀ ଥିଲେ ।  ସେଥିଲେ ଜଣେ ବ୍ରାହ୍ମଣ । ତ୍ରେତୟା ଯୁଗରେ ରାବଣ ଠାରୁ ମହାଜ୍ଞାନୀ ଓ ମହାପଣ୍ଡିତ କେହି ନଥିଲେ । ସେଥିପାଇଁ ଲଙ୍କାକୁ ସେତୁ ବାନ୍ଧିବା ପାଇଁ ରାମଚନ୍ଦ୍ର ଯେଉଁ ପୂଜା କରୁଥିଲେ ସେଥିରେ ରାବଣ ପୌରହିତ୍ୟ କରିଥିଲେ । ତେବେ ରାବଣ କାହିଁକି ମାତା ସୀତାଙ୍କୁ ଅପହରଣ କରିଥିଲା, ଅପହରଣ ପରେ ବି ସେ କାହିଁକି ବଳପୂର୍ବକ ସୀତାଙ୍କୁ ବିବାହ କରିନଥିଲା ଏସବୁ ବିଷୟରେ ଜ୍ଞାନ ନଥାଇ କେବଳ ରାବଣର ବ୍ୟାଖ୍ୟା କରିବା ଅଜ୍ଞତା ବୋଲି କିଛି ବିଜେଡି ନେତା କହିଛନ୍ତି ।

ହିନ୍ଦୁ ଧର୍ମରେ ଏବେବି ବାହାଘର ବେଦିରେ ବର-କନ୍ୟାଙ୍କୁ ରାମଚନ୍ଦ୍ର-ସୀତା ଓ ରାବଣ-ମନ୍ଦୋଦରିଙ୍କ ଭଳି ସମ୍ପର୍କରେ ବାନ୍ଧି ହୋଇ ରହିବାକୁ ଆଶୀର୍ବାଦ କରାଯାଉଛି । ଏହାର ଅର୍ଥ ହେଉଛି ରାମଚନ୍ଦ୍ରଙ୍କ ଭଳି ରାବଣ ମଧ୍ୟ ଏକପତ୍ନୀବ୍ରତ ଥିଲେ । ସେଇଥିପାଇଁ ସେ ସୀତାଙ୍କୁ ଏକ ଦୈବୀ ନିର୍ଦେଶୀତ କାର୍ଯ୍ୟ ସାଧନ ପାଇଁ ଅପହରଣ କଲେ ବି ତାଙ୍କ ପ୍ରତି ବଳପ୍ରୟୋଗ କରିନଥିଲେ । ତେଣୁ ଦାମ ବାବୁ ଉଦାହାରଣ ଦେବା ପୂର୍ବରୁ ରାମାୟଣ ପଢନ୍ତୁ ବୋଲି ବିଜେଡି ନେତାମାନେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − ten =