ବିଜେପି ଲିଙ୍କରେ ପୁରୀ ଜିଲ୍ଲାର ବିଜେଡି ବିଧାୟକ : ତିଆରି ହେଉଛି ବିଦ୍ରୋହର ଚକ୍ରବ୍ୟୁହ

ଭୁବନେଶ୍ବର () ଶାସ୍ତ୍ରରେ ଅଛି ଖଳ ପ୍ରକୃତିର ଲୋକକୁ ଯେତେ ସ୍ନେହ କଲେ ବି ସେ ପ୍ରକୃତି ଛାଡିନଥାଏ । ବିଜେଡିରେ ଏହିଭଳି ଜଣେ ଖଳ ପ୍ରକୃତିର ଲୋକ ଏବେ ଦଳର ପାଇଁ ଚିନ୍ତାର କାରଣ ହୋଇଛନ୍ତି । ଓଡିଶା ଗଣ ପରିଷଦରୁ ବିଜେଡି ପର୍ଯ୍ୟନ୍ତ ଯାତ୍ରାରେ  ପୁରୀ ଜିଲ୍ଲାର ଏହି ଯୁବ ବିଧାୟକ ଜଣକ ନିଜ ସଫଳତା ପାଇଁ କେତେ ତଣ୍ଟି କାଟିଛନ୍ତି ତାର ହିସାବ ନାହିଁ । ଏବେ ଏହି ନେତାଜଣକ ମନ୍ତ୍ରୀପଦ ପାଇବାକୁ ଏମିତି ଲାଳ ବୁହାଉଛନ୍ତି ଯେ, ତାଙ୍କ ବାଟରେ ଯିଏ ବାଧକ ହେବ ସିଏ ତାର ପରିଣାମ ଭୋଗିବ । ଏଭଳି କହିବୁଲୁଛନ୍ତି ଏହି ବିଧାୟକ ଜଣକ ।

ଏକଥା ତାଙ୍କ ସମର୍ଥକ ଓ ଏକାନ୍ତ ଅନୁଗତଙ୍କଠୁ ଶୁଣିବାକୁ ମିଳୁଛି । ଅବଶ୍ୟ ଏକଥାରେ ଯେ ସତ୍ୟତା ନାହିଁ ତାହା ଅସ୍ବୀକାର କରିହେବନି । କାରଣ ତାଙ୍କ ରାଜନୈତିକ ଗତିବିଧି ଦେଖିଲେ ସେ ଜଣେ କ୍ଷମତା ଲୋଭୀ ବୋଲି ସ୍ପଷ୍ଟ ପ୍ରମାଣିତ ହେଉଛି । ଏମିତିବି ତାଙ୍କ ଆଚାର ଓ ବ୍ୟବହାର ନେଇ ନିଜ ନିର୍ବାଚନମଣ୍ଡଳୀ ଲୋକ କ୍ଷୁବ୍ଧ । ଯେଉଁ ନେତା ଦିନେ ଦଳର ସାଂସଦଙ୍କ ସଭାମଞ୍ଚ ଭାଙ୍ଗିବାର ଚକ୍ରବ୍ୟୁହ ରଚନା କରିଥିଲେ, ସେହି ନେତା ଏବେ ମନ୍ତ୍ରୀ ହେବାକୁ ଲାଳାୟୀତ । ଏଥିପାଇଁ ସେ ଦଳର ବିଭିନ୍ନ ମହଲର ନେତାଙ୍କୁ ତେଲ ମାରିବାରେ ବ୍ୟସ୍ତ ।

ତାଙ୍କର ଯୁକ୍ତି ହେଉଛି, ଯଦି ଅତନୁ, ଅରୁଣ ଓ ବବି ଦ୍ବିତୀୟ ପାଳିରେ ମନ୍ତ୍ରୀ ହେବାର ସୁଯୋଗ ପାଇଲେ, ସେ କାହିଁକି ମନ୍ତ୍ରୀ ପଦ ପାଇବେନି । ସେଥିପାଇଁ ସେ ସବୁ ସ୍ତରରୁ ଉଦ୍ୟମ କରୁଛନ୍ତି । ନିଜ କର୍ମୀଙ୍କୁ କହୁଛନ୍ତି ଯେ, ଯଦି ଏଥର ମନ୍ତ୍ରୀପଦ ନପାଇବେ ତେବେ ସମସ୍ତଙ୍କ ପୋଲ ଖୋଲିଦେବେ । ଆମେ ତ ଜାଣୁନା ସେ କାହା ପାଖରେ ଲବି କରୁଛନ୍ତି ଆଉ କାହା ପୋଲ ଖୋଲିବା କଥା କହୁଛନ୍ତି । ତେବେ ଏତିକି ଶୁଣୁଛୁ କି ସେ ନିଜେ ତ ମନ୍ତ୍ରୀ ପଦ ପାଇଁ ସବୁ କଳ, ବଳ ଓ କୌଶଳ ଲାଗେଇଦେଇଛନ୍ତି । ନିଜ ପକ୍ଷ ଟାଣ କରିବାକୁ ସାଙ୍ଗରେ ଆଉ କିଛି ଯୁବ ବିଧାୟକଙ୍କୁ ଲବି କରିବାକୁ ଉସକାଉଛନ୍ତି ।

ଶୁଣିବାକୁ ମିଳିଛି କି ଯଦି ମନ୍ତ୍ରୀପଦ ନମିଳେ ତେବେ ସେ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ସହଯୋଗରେ ବିଜେଡିରେ ଆଭ୍ୟନ୍ତରୀଣ ବିଦ୍ରୋହ ସୃଷ୍ଟି କରିବେ । ତାଙ୍କ ନିକଟତମ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ଗତ ଦୁଇ ମାସ ମଧ୍ୟରେ ସେ ଭୁବନେଶ୍ବରରେ ବୈଜୟନ୍ତଙ୍କ ସହ ଦୁଇଥର ଗୁପ୍ତ ବୈଠକ କରିଛନ୍ତି । କେବଳ ବୈଜୟନ୍ତ ନୁହନ୍ତି, ଶୁଣାଯାଉଛି ସେ ଅନ୍ୟ ବିଜେପି ନେତାଙ୍କ ସହ ବରାବର ମିଶୁଛନ୍ତି । ସଚେତନ ଗଣମାଧ୍ୟର ଭୂମିକା ତୁଲାଇ ଆମେ ଦଳର ମଙ୍ଗୁଆଳ ନେତାଙ୍କୁ ସଚେତନ କରିବା ଉଚିତ ମନେକଲୁ, ବାକି ସୁପ୍ରିମୋଙ୍କ ଇଚ୍ଛା ।

Share

Leave a Reply

Your email address will not be published. Required fields are marked *

3 × three =