ତାରାତାରିଣୀ ପୀଠରେ 5-ଟି ସଚିବ, ପଞ୍ଚାୟତ ପ୍ରତିନିଧିଙ୍କ ସହ କଲେ ଆଲୋଚନା

ଗଞ୍ଜାମ: ଗଞ୍ଜାମର ପ୍ରସିଦ୍ଧ ଦେବୀ ପୀଠ ତାରାତାରିଣୀ ଅଚାନକ ଗସ୍ତ କରିଛନ୍ତି 5ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ । ଆଜି ପୂର୍ବାହ୍ନରେ ମାଆ ତାରାତାରିଣୀଙ୍କ ଗସ୍ତ କରିବା ସହ ପୀଠର ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ସେ ହିଂଜିଲି ବ୍ଲକର ସବୁ ସ୍କୁଲ ବୁଲି ଦେଖିଥିଲେ । 

ସରକାର ରାଜ୍ୟର ବିଭିନ୍ନ ଐତିହ ଏବଂ ସଂସ୍କୃତି ସଂପନ୍ନ ମନ୍ଦିରର ବିକାଶ ପାଇଁ ଗୋଟିଏ ପରେ ଗୋଟିଏ ଯୋଜନା କରୁଛନ୍ତି । ସେ ମଧ୍ୟରେ ତାରାତାରିଣୀ ପୀଠ ମଧ୍ୟ ସାମିଲ ହୋଇଛି । ପୀଠକୁ ଅଧିକରୁ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ଚାଲିଥିବା ଉନ୍ନତିକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏଥିସହ ମନ୍ଦିରରେ ଥିବା ବିଭିନ୍ନ ସମସ୍ୟା ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି 5-ଟି ସଚିବ । ଏ ଅବସରରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ପିଡି ଡିଆରଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ପରେ ସେ ଜେସିସି ହାଇସ୍କୁଲରେ ମୋ ଗାଁରେ ତହସିଲ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ଦୟାପଲ୍ଲୀରେ କଲ୍ୟାଣମଣ୍ଡପ ଫାର୍ମ ପଣ୍ଡ, ଗ୍ରାମୀଣ ପାର୍କ, ମଡେଲ ପାଣି ଟାଙ୍କି, ଗ୍ରାମୀଣ ପାଠାଗାର ଆଦି କାର୍ଯ୍ୟ ବୁଲି ଦେଖିଥିଲେ । ଏଥିସହ ସେ ସବୁ ପଂଚାୟତ ପ୍ରତିନିଧିଙ୍କ ସହ ପାନୀୟ ଜଳ, ରାସ୍ତା ନିର୍ମାଣ, ସ୍ୱାସ୍ଥ୍ୟ ସେବା, ଜଳସେଚନ ଓ ବିଦ୍ୟୁତିକରଣ କାର୍ଯ୍ୟର ସମୀକ୍ଷା କରିଥିଲେ । 

Share

Leave a Reply

Your email address will not be published. Required fields are marked *

nine + 20 =