ଚିଦାମ୍ବରମ ପୁଅଙ୍କ ପ୍ରତି ସୁପି୍ରମକୋଟର କଡା ତାଗିଦ

ଏୟାରସେଲ ମାକ୍ସିସ ମାମଲାର ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତିି ଚିଦାମ୍ବରମଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା । ବିଦେଶ ଯିବା ପାଇଁ ଅନୁମତି ମାଗିଥିଲେ କାର୍ତ୍ତିି ଚିଦାମ୍ବରମ । ତେବେ କାର୍ତି ଯାଂଚରେ ସହଯୋଗ କରୁନାହାନ୍ତି ବୋଲି କହି ସୁପ୍ରିମକୋର୍ଟ ଏହି ଆବେଦନକୁ ବିରୋଧ କରିଛନ୍ତି । କାର୍ତ୍ତି ଯଦି ବିଦେଶ ଯିବା ପାଇଁ ଚାହୁଁଛନ୍ତି, ତେବେ ପ୍ରଥମେ ୧୦କୋଟି ଟଙ୍କା କୋର୍ଟରେ ଜମା କରନ୍ତୁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।
ଏହାସହ କାର୍ତ୍ତି ଆଇନ ସହ ଖେଳ ଖେଳିବା ବନ୍ଦ କରନ୍ତୁ ବୋଲି କଡା ଟିପ୍ପଣୀ ଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ପଚରାଉଚରାରେ କାର୍ତ୍ତି ସହଯୋଗ କରନ୍ତୁ ଏବଂ ସେ ଯଦି ସହଯୋଗ ନକରିବେ ତେବେ କୋର୍ଟଙ୍କୁ ତାଙ୍କ ପ୍ରତି କଡା କାର୍ୟ୍ୟାନୁଷ୍ଠାନ ନେବାକୁ ପଡିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏହାସହ ମାର୍ଚ୍ଚ ୫,୬,୭ ଓ ୧୨ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ଯାଂଚରେ ସହଯୋଗ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ର୍ତ୍ତି ଚିଦାମ୍ବରମଙ୍କ ବିରୋଧ ହୋଇଥିବା ମାମଲା ଗୁଡିକର ଯାଂଚ କରୁଛି ସିବିଆଇ ଓ ଇଡି । ଏଥିରେ ଆଇଏନଏକ୍ସ ମିଡିଆ ଓ ଏୟାରସେଲ ମାକ୍ସିସ ମାମଲା ଅନ୍ତର୍ଭୁକ୍ତ ।

Share

Leave a Reply

Your email address will not be published. Required fields are marked *

eight + 12 =