କୋର୍ଟରେ ହାଜର ହେଲେ ଚିଦାମ୍ବରମ

ନୂଆଦିଲ୍ଲୀ()  କୋର୍ଟରେ ହାଜର ହେଲେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ । କୋର୍ଟରେ ପହଞ୍ଚିବା ପରେ ଚିଦାମ୍ୱରମ ପ୍ରଥମେ ନିଜର ଓକିଲ ବିବେକ ଖନ୍ନା, କପିଲ ସିବ୍ବଲ, ଏବଂ ଅଭିଷେକ ମନୁ ସିଙ୍ଗଭୀଙ୍କୁ ଭେଟିଥିଲେ । ଆଇଏନକ୍ସ ମିଡିଆ ଦୁର୍ନିତୀ ମାମଲାରେ ଚିଦାମ୍ବରମଙ୍କୁ ଗରଫ କରିଛି ସିବିଆଇ ।

ଗିରଫ ପରେ ଦିଲ୍ଲୀର ସିବିଆଇ ମୁଖ୍ୟାଳୟରେ ପି ଚିଦାମ୍ୱରମ୍ଙ୍କୁ ଜେରା କରାଯାଇଥିଲା । ଦେଶର ପୂର୍ବତନ ଗୃହମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଚିଦାମ୍ୱରମଙ୍କର ଗତକାଲି ରାତି କଟିଛି ସିବିଆଇ ଅଫିସରେ । ସାରା ରାତି ତାଙ୍କୁ ଜେରା କରିଥିଲେ ସିବିଆଇ ଅଧିକାରୀ । କିନ୍ତୁ ସେ ସିବିଆଇ ଆଗରେ ମୁହଁ ଖୋଲି ନଥିବା ଖବର ଆସିଥିଲା । ସିବିଆଇ ଅଧିକାରୀଙ୍କ ଗୋଟିଏ ପ୍ରଶ୍ନର ଉତ୍ତର ଦେଇ ନଥିଲେ ଚିଦାମ୍ୱରମ । ଏହାପରେ ସିବିଆଇ ଅଫିସରୁ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

7 + ten =