ଆସନ୍ତାକାଲି ବର୍ଷର ଶେଷ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ: ବର୍ଷର ତୃତୀୟ ଏବଂ ଶେଷ ସୂର୍ଯ୍ୟପରାଗ ଆସନ୍ତାକାଲି ଅଗଷ୍ଟ ୧୧ ତାରିଖରେ ହେବ। ଏଥର ଆଂଶିକ ସୂର୍ଯ୍ୟପରାଗ ହେବାକୁଥିବା ବେଳେ  ଏହାର ଅବଧି ୩ ଘଣ୍ଟା ୨୮ମିନିଟ୍‌ ରହିବ । ପୂର୍ବରୁ ଫେବ୍ରୁଆରୀ ୧୫ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ହୋଇଥିଲା ଏବଂ  ଦ୍ୱିତୀୟ ସୂର୍ଯ୍ୟପରାଗ  ଜୁଲାଇ ୧୩ରେ ହୋଇଥିଲା । କାଲି ସୂର୍ଯ୍ୟପରାଗ ଭାରତୀୟ ସମୟାନୁସାରେ ଦିନ ୧ଟା ୩୨ମିନିଟ୍‌ରୁ ଆରମ୍ଭ ହୋଇ ସଂଧ୍ୟା ୫ଟାରେ ସରିବ । ଅନ୍ତରାଷ୍ଟ୍ରୀୟ ସମୟାନୁସାରେ ଆଂଶିକ ସୂର୍ଯ୍ୟପରାଗ ୮ଟା ୦୨ମିନିଟ୍‌ରେ ଆରମ୍ଭ ହୋଇ ୧୧ଟା ୩୦ମିନିଟ୍‌ରେ ଶେଷ ହେବ । ପୃଥିବୀର ଉତ୍ତର ଗୋଲାର୍ଦ୍ଧ ଅର୍ଥାତ୍‌ ଉତ୍ତର ୟୁରୋପଠୁ ପୂର୍ବ ଏସିଆ ଏବଂ ଋଷରେ ସୂର୍ଯ୍ୟପରାଗ ଦେଖାଯିବ।

Share

Leave a Reply

Your email address will not be published. Required fields are marked *

19 − sixteen =