Friday, October 30, 2026
Latestରାଜ୍ୟ

ପୁଣି କମିଲା ସୁନାଦର, ଜାଣନ୍ତୁ କେତେ

ଭୁବନେଶ୍ବର() ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ହ୍ରାସ ପାଇ ଦଶ ଗ୍ରାମ ପ୍ରତି ୫୨,୦୦୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ଟଙ୍କା ରହିଥିବା ଜଣାପଡିଛି । ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଦଶ ଗ୍ରାମ ସୁନାଦର ୬୦ ହଜାର ଟଙ୍କାରୁ କମ୍ ରହିଛି । ଶୁକ୍ରବାର ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫, ୪୭୦ ଟଙ୍କା ଓ ୫୦, ୮୫୦ ଟଙ୍କାରେ ପହଞ୍ଚିଛି । ତେବେ ଦେଶର ଅନ୍ୟ ସମସ୍ତ ରାଜ୍ୟରେ ମଧ୍ୟ ସୁନାର ଦର କମିଯାଇଥିବା ଲକ୍ଷ୍ୟ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନାର ମୂଲ୍ୟ ୫୨୦୦୦ ଟଙ୍କା ଓ ୫୧୦୦୦ ଟଙ୍କାରେ ରହିଛି । ସେପଟେ ଦିଲ୍ଲୀରେ ସୁନାର ଦର ଯଥାକ୍ରମେ ୫୫, ୮୬୦ ଟଙ୍କା ଓ ୫୧, ୨୧୦ ଟଙ୍କା ରହିଥିବା ଜଣାପଡିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୫,୪୭୦ ଟଙ୍କା ରହିଥିବାବେଳେ ୨୨ କ୍ୟାରେଟ ମୂଲ୍ୟ ୫୦,୮୫୦ ଟଙ୍କା ଓ ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ସୁନାର ଉଭୟର କ୍ୟାରେଟର ମୂଲ୍ୟ ଯଥାକ୍ରମେ ୫୫,୨୫୦ ଟଙ୍କା ଓ ୫୨,୫୩୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

19 − 18 =