Friday, October 30, 2026
Latestରାଜନୀତି

ସମ୍ବିତ ଖୋଲିଦେଲେ ମୋଦିଙ୍କ ଉଜ୍ଜ୍ୱଳା ପୋଲ

ପୁରୀ ଲୋକସଭା ପାଇଁ ଟିକେଟ୍ ପାଇବା ପରଠାରୁ ସୋସିଆଲ ମିଡିଆ ନାମକ ଭୁତ ଯେମିତି ସମ୍ବିତ ପାତ୍ରଙ୍କ ପିଛା ଛାଡୁନି କହିଲେ ଅତ୍ୟୁକ୍ତି ହେବନି । କାରଣ ସମ୍ବିତ କେତେବେଳେ ଜଗନ୍ନାଥଙ୍କୁ ହାତରେ ଧରି ନିର୍ବାଚନୀ ପ୍ରଚାର ତ ଆଉ କେତେବେଳେ ପୁରୀରେ କେବଳ ‘ଶଙ୍ଖ’ ଫୁଟୁ ବୋଲି ଦେଇଥିବା ବୟାନ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିବାବେଳେ ପୁଣି ଏକ ଚର୍ଚ୍ଚା ସୋସିଆଲ ମିଡ଼ିଆରେ ମୁଣ୍ଡ ଟେକିଛି । ଯାହାକୁ ନେଇ ସମ୍ବିତଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା ହେବାକୁ ପଡ଼ିଛି ।

ଘଟଣା ଟି ଏପରିକି, ପୁରୀ ଲୋକସଭା ବିଜେପି ପ୍ରାର୍ଥୀ ଭାବେ ସମ୍ବିତ ପାତ୍ର ସ୍ଥାନୀୟ କ୍ଷେତ୍ରରେ ଭୋଟ ହାତେଇବା ପାଇଁ ଲୋକଙ୍କ ନିକଟତର ହେଉଥିବାବେଳେ ମହିଳା ଭୋଟରଙ୍କୁ ମଧ୍ୟ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ କରୁଛନ୍ତି । ହେଲେ ଏହାରି ମଧ୍ୟରେ ଆଜି ସମ୍ବିତ ପୁରୀ ପିପିଲି ବିଧାନସଭା କ୍ଷେତ୍ରକୁ ପରିଦର୍ଶନ କରି ଜଣେ ମହିଳାଙ୍କ ଘରେ ଖାଦ୍ୟ ଖାଇ ମହିଳା କାର୍ଡ଼ ଖେଳିବାକୁ ଗୋଟି ଚଳାଉଥିବାବେଳେ ସମ୍ବିତଙ୍କ ଏହି ଟ୍ୱିଟର ଭିଡ଼ିଓ ମୋଦି ସରକାରଙ୍କ ବିଫଳତାକୁ ବୟାନ କରୁଥିବା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । କାରଣ ଉକ୍ତ ଭିଡ଼ିଓରେ ସମ୍ବିତ ଯେଉଁ ମହିଳାଙ୍କ ଘରେ ଖାଦ୍ୟ ଖାଉଛନ୍ତି ସେହି ମହିଳା ଜଣକ ମାଟି ଚୁଲିରେ ରୋଷେଇ କରି ସମ୍ବିତଙ୍କୁ ଖାଦ୍ୟ ପରସୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସୋସିଆଲ ମିଡ଼ିଆରେ ସମ୍ବିତଙ୍କ ଏହି ଭିଡ଼ିଓକୁ ସମାଲୋଚନା କରାଯାଇଛି । କାରଣ ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳା ଏହି ମହିଳା ଜଣକ ଘର ବାଟ ସତେ ଯେମିତି ଭୁଲି ଯାଇଛି ବୋଲି ସୋସିଆଲ ମିଡ଼ିଆରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

13 − 12 =