ବିଜେଡିର 9 ପ୍ରାର୍ଥୀ ତାଲିକା, ଦାମଙ୍କୁ ଟକର ଦେବେ ରଘୁନନ୍ଦନ

ଭୁବନେଶ୍ୱର () ବିଜେଡି ସୁପ୍ରିମୋ ନବୀନ ପଟନାୟକ ଆଜି ଆଉ 9ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ।  ଜଗତ୍‍ସିଂହପୁରରୁ ପ୍ରଶାନ୍ତ ମୁଦୁଲି, ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ, ନିମାପଡାରୁ ସମୀର ରଞ୍ଜନ ଦାସ, ନିଆଳିରୁ  ଡାକ୍ତର ପ୍ରାମୋଦ ମଲ୍ଲିକ, ପିପିଲିରୁ ପ୍ରଦୀପ ମହାରଥୀ, ଆନନ୍ଦପୁରରୁ ଭାଗିରଥୀ ସେଠୀ, ନୀଳଗିରିରୁ ସନ୍ତୋଷ ଖଟୁଆ, ଧାମନଗରରୁ ରାଜେନ୍ଦ୍ର ଦାସ ଓ କାକଟପୁରରୁ ସୁରେନ୍ଦ୍ର ସେଠୀ ବିଜେଡି ପ୍ରାର୍ଥୀ ହୋଇଛନ୍ତି ।

ନୀଳଗିରି ବିଧାୟକ ସୁକାନ୍ତ ନାୟକ ନିକଟରେ ବିଜେଡି ଛାଡି ବିଜେପିରେ ଯୋଗଦେଇଥିବାରୁ ତାଙ୍କ ସ୍ଥାନରେ ନୂଆ ପ୍ରାର୍ଥୀ ଦିଆଯାଇଛି । ବିଜେପିରୁ ଆସି ବିଜେଡିରେ ମିଶିଥିବା ରଘୁନନ୍ଦନ ଦାସଙ୍କୁ ବାଲିକୁଦା-ଏରସମାରୁ ଦାମ ରାଉତଙ୍କ ବିରୋଧରେ ପ୍ରାର୍ଥୀ କରାଯାଇଛି । ଧାମନଗର ବିଜେଡି ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ପତ୍ନୀଙ୍କୁ ସାଂସଦ ପ୍ରାର୍ଥୀ କରାଯାଇଥିବାରୁ ତାଙ୍କ ସ୍ଥାନରେ ନୂଆ ମୁହଁକୁ ମଇଦାନକୁ ଆଣିଛନ୍ତି ନବୀନ ।

Share

Leave a Reply

Your email address will not be published. Required fields are marked *

three − 2 =