ପୁଣି ରାଜଧାନୀରେ ବାଘ ଆତଙ୍କ

ରାଜଧାନୀ ଭୁବନେଶ୍ୱରରୁ ବାଘ ଆତଙ୍କ ଏପର୍ଯ୍ୟନ୍ତ ଦୂର ହେଲା ନାହିଁ । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ପଳାଶପଲ୍ଲୀ ଅଂଚଳରେ ଏକ କଲରାପତରିଆ ବାଘ ଆତଙ୍କରାଜ ଚଳାଇ ନାକେଦମ କରିବା ପରେ ଶେଷରେ ଧରା ହୋଇ ନନ୍ଦନକାନନକୁ ପଠାଯାଇଛି । କିନ୍ତୁ ରାଜଧାନୀବାସୀଙ୍କ ମନରୁ ଏପର୍ଯ୍ୟନ୍ତ ବାଘଭୟ ଯାଇନାହିଁ । ଆଜି ରାଜଧାନୀ ଉପକଣ୍ଠ ରଙ୍ଗମାଟିଆ ଅଂଚଳର ତଳସାହିରେ ବାଘ ବୁଲୁଥିବା କିଛି ଲୋକ ଦେଖିଛନ୍ତି । ସ୍ଥାନୀୟ ଅଂଚଳର ଲୋକମାନେ ଭୟଭୀତ ହୋଇ ପଡିଛନ୍ତି । ଏସମ୍ପର୍କରେ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ପରେ ବାଘର ପାଦଚିହ୍ନ ଠାବ କରିଛନ୍ତି । ଯାହାକି ସ୍ଥାନୀୟ ଲୋକମାନଙ୍କ ଆତଙ୍କକୁ ଆହୁରି ବଢାଇଦେଇଛି ।

Share

Leave a Reply

Your email address will not be published. Required fields are marked *

fifteen − 7 =