ନିର୍ବାଚନ ସମୟରେ 6 ରାଜ୍ୟକୁ ନକ୍ସଲ ଭୟ

ଭୁବନେଶ୍ବର () ନିର୍ବାଚନ ସମୟରେ ଓଡିଶା, ପଶ୍ତିମବଙ୍ଗ, ଝାରଖଣ୍ଡ, ଛତିଶଗଡ ସହ ଆନ୍ଧ୍ର ଓ ତେଲେଙ୍ଗାନାକୁ  ନକ୍ସଲ ଚିନ୍ତା। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ ପୁର୍ବରୁ ଏହିସବୁ ରାଜ୍ୟରେ ପୋଲିସର କସରତ ଆରମ୍ଭ କରିଛି। ତେଣୁ ଏହିସବୁ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀମାନେ ନିର୍ବାଚନ ସମୟରେ ଆଇନ ଶୃଙ୍ଖଳା ବିଶେଷ କରି ନକ୍ସଲ ସମସ୍ୟାକୁ ନେଇ ଅନୁଷ୍ଠିତ ହୋଇଛି ସମନ୍ବୟ ବୈଠକ। ଓଡିଶା, ପଶ୍ତିମବଙ୍ଗ, ଝାରଖଣ୍ଡ, ଛତିଶଗଡ ସହ ଆନ୍ଧ୍ର ଓ ତେଲେଙ୍ଗାନା ବରିଷ୍ଟ ପୋଲିସ ଅଧିକାରି ଯୋଗଦେଇ ଆଲୋଚନା କରିଛନ୍ତି।

ବୈଠକରେ ନିର୍ବାଚନ ସମୟରେ ନକ୍ସଲ ଆତଙ୍କ ନେଇ ହୋଇଛି ଆଲୋଚନା। ନିର୍ବାଚନ ବେଳେ ବଢିପାରେ ନକ୍ସଲ ଉତ୍ପାତ। ନେତାଙ୍କୁ ଅପହରଣ ସହ ଦେଇପାରନ୍ତି ଧମକ ଚମକ। ଭୋଟରଂକୁ ଭୟଭିତ ସହ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିପାରନ୍ତି । ଯାହାକୁ ନେଇ ପଡୋଶି ୫ଟି ରାଜ୍ୟ ସହ ପୋଲିସ କରିଛି ବୈଠକ। ବିଶେଷ କରି ନକ୍ସଲ ସଂଗଠନ ସହ ସକ୍ରିୟ ନକ୍ସଲ ନେତାଂକ ସମ୍ପର୍କରେ ହୋଇଛି ଆଲୋଚନା। କିପରି ସେମାନଂକ ଅନୁପସ୍ଥିତିରେ ନିର୍ବାଚନ ହୋବ ସେ ନେଇ ଆନ୍ଧ୍ର ପ୍ରଦେଶ ଏଡିଜିପି ଓ ଛତିଶଗଡ ଇଣ୍ଟିଲେଜେନସ ଡିଆଜି ସହ କରାଯାଇଛି ବିଶେଷ ଆଲୋଚନା। ରିୟଲ ଟାଇମ ଅପରେସନ ଅଥବା ସୁଚନା ମିଳୁ ମିଳୁ ତତକ୍ଷଣାତ ଆକ୍ସନ ନେଇ ଦିଆଯାଇଛି ଫୋକସ। ନକ୍ସଲ ମିଲିସିୟସ ବା ନକ୍ସଲ ଇନଫର୍ମରଂକ ଉପରେ ରହିବ କଡା ନଜର। ନକ୍ସଲ ପ୍ରଭାବିତ ଥାନାର କ୍ଷମତା କୁ ଶକ୍ତିଶାଳି କରିବା ଇଣ୍ଟେଲିଜେନସ ସେୟାରି ବା ଗୁଇନ୍ଦା ଆଦାନ ପ୍ରଦାନ ଉପରେ ଦିଆଯାଇଛି ଗୁରୁତ୍ବ।

ଅନ୍ୟପଟେ ପୋଲିସ ପାଇଁ ନିର୍ବାଚନ ପାଇ ଟେନସନ ସାଜିବେ ଅପରାଧି। ରାଜ୍ୟ ତଥା ରାଜ୍ୟ ବାହାର ଅପରାଧି। ସେଭଳି କିଛି ଅପରାଧିଂକ ସମ୍ପର୍କରେ ବିଶେଷ କରି ହୋଇଛି ଆଲୋଚନା। ଏପରିକି ଅପରାଧୀ ବ୍ୟବହାର କରୁଥିବା ବେଆଇନ ବନ୍ଧୁକ କାରବାର । ଯାହାକି ବିଶେଷ କରି ଝାରଖଣ୍ଡ ଓ ପଶ୍ଚିମବଙ୍ଗରୁ ଚାଲାଣ ହୋଇଥାଏ ସେ ନେଇ ଉଭୟ ରାଜ୍ୟର ପୋଲିସ ଅଧିକାରୀ ଦେଇଛନ୍ତି ଗୁରୁତ୍ବ। ଅନ୍ୟପଟେ ବ୍ରାଉନ ସୁଗାର, ଗଂଜେଇ ଓ ଭାଙ୍ଗ କାରବାର ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ଏନେଇ ଗତ ବର୍ଷ ନିର୍ବାଚନ ଆଖିରେ ରଖି ସର୍ବାଧିକ ଗଂଜେଇ ନଷ୍ଟ କରାଯାଇଥିବା ବେଳେ ବ୍ରାଉନସୁଗାର କାରବାର ଉପରେ ଘନ ଘନ ରେଡ ଜାରି ରହିଛି। ତେବେ ନିର୍ବାଚନ ସମୟରେ ଟଂକା କାରବାର ହୋଇଥାଏ ଯାହାକି ଗତ ୨୦୧୪ ନିର୍ବାଚନରେ ଦେଖାଯାଇଥିଲା ସେନେଇ ବିଶେଷ ଧ୍ୟାନ ଦିଆଯାଇଛି। ଏପରିକି ନକଲି ନୋଟ ବା ଟଂକା କାରବାର ଉପରେ ଧ୍ୟାନ ଦିଆଯାଇଛି।

ଗତ ସାଧାରଣ ନିର୍ବାଚନରେ ୧୨୦ କମ୍ପାନି ସୁରକ୍ଷା କର୍ମି ନିୟୋଜିତ ହୋଇଥିଲେ। ତେବେ ଏଥର ନିର୍ବାଚନ ପାଇଁ ୧୫୦ କମ୍ପାନି ଫୋର୍ସ ପାଇଁ ନିର୍ବାଚନ କମିସନକୁ ଜଣାଯାଇଛି। ଓଡିଶା ପୋଲିସ ପାଖରେ ବର୍ତମାନ ୧୬ଟି ବାଟାଲିୟନ ସୁରର୍ଷା କର୍ମି ରହିଛନ୍ତି। ଆଜିର ବୈଠକରେ ବରିଷ୍ଟ ପୋଲିସ ଅଧିକାରୀଙ୍କ ସହ ରାଜ୍ୟର ୩ଟି ଜୋନର ଆଇଜି ୭ଟି ଜୋନର ଡିଆଇଜିଂକ ସମେତ ଗୁଇନ୍ଦା ଡିଜି, ଆଇନଶୃଙ୍ଖଳା ଆଇଜି ଓ ଅପରେସନ ଅଧିକାରି ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ପୋଲିସ ପ୍ରସ୍ତୁତି ନେଇ ଆଲୋଚନା କରିଥିଲେ।

Share

Leave a Reply

Your email address will not be published. Required fields are marked *

four × five =