କାଲି କ୍ୟାବିନେଟ : 20ଟି ପ୍ରସ୍ତାବକୁ ମଂଜୁରୀ ସମ୍ଭାବନା

ଭୁବନେଶ୍ୱର () ଆସନ୍ତାକାଲି ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଅଧକ୍ଷତାରେ ଅପରାହ୍ନ 5ଟା 45ରେ ଅନୁଷ୍ଠିତ ହେବ ବୈଠକ । ଏଥିରେ 20ଟି ପ୍ରସ୍ତାବକୁ ମଂଜୁରୀ ମିଳିବାର ସମ୍ଭାବନା ରହିଛି । ପଞ୍ଚାୟତିରାଜ ବିଭାଗର ଦୁଇଟି ପାନୀୟ ଜଳ ପ୍ରକଳ୍ପ ସମ୍ପର୍କିତ ପ୍ରସ୍ତାବ ରହିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର 8ଟି ପ୍ରସ୍ତାବ ରହିଛି । ଗୃହ ଓ ନଗର ଉନ୍ନୟନ ବିଭାଗର ଆହାର କେନ୍ଦ୍ର ସମ୍ପର୍କିତ ଦୁଇଟି ପ୍ରସ୍ତାବକୁ ମିଳିବ କ୍ୟାବିନେଟ ମଂଜୁରୀ । ସେହିଭଳି ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଦୁଇଟି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଦୁଇଟି ପ୍ରସ୍ତାବ ରହିଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

8 + 4 =