ପଦ୍ମ ଧରିଲେ ସାଇନା

ନୂଆଦିଲ୍ଲୀ() ଆଜି ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ବିଶ୍ବର ପୂର୍ବତନ ଏକ ନମ୍ବର ବ୍ୟାଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି । ହରିୟାଣାରେ ରହୁଥିବା ବେଡ଼ମିଣ୍ଟନ ଖେଳାଳୀ ସାଇନା ନେହୱାଲ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ବିଜେପି ପାଇଁ ପ୍ରଚାର ମଧ୍ୟ କରିବେ । ସାଇନା ୨୪ଟି ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ଭାବେ ଅଲମ୍ପିକ୍ସରେ ମଧ୍ୟ ଜିତିଛନ୍ତି । ସାଇନାଙ୍କ ଭଉଣୀ ଚନ୍ଦ୍ରାଂଶୁ ନେହୱାଲ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଆଗକୁ ଦିଲ୍ଲୀ ୭୦ଟି ବିଧାନସଭା ଆସନ ପାଇଁ ମତଦାନ ହେବାକୁ ଥିବାବେଳେ ସାଇନା ବିଜେପିରେ ଯୋଗ ଦେବା ପ୍ରସଙ୍ଗକୁ ନେଇ ରାଜନୈିତକ ମାହୋଲ ସରଗରମ ରହିଛି ।

Share

Leave a Reply

Your email address will not be published. Required fields are marked *

20 + 9 =