ଏଣିକି ଦଶମ ଶ୍ରେଣୀରେ ପଢାଯିବ ଟ୍ରାଫିକ୍ ପାଠ

ଭୁବନେଶ୍ୱର()  ଏଣିକି ଦଶମ ଶ୍ରେଣୀ ପାଠ୍ୟକ୍ରମରେ ପଢାଯିବ ଟ୍ରାଫିକ୍ ପାଠ । ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ, କ’ଣ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଅବଗତ ହେବେ ଛାତ୍ରଛାତ୍ରୀ । ସଡ଼କ ସୁରକ୍ଷା ବିଷୟରେ କେମିତି ବିଷୟବସ୍ତୁ ରଖାଯିବ ସେନେଇ ଗଣଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି ପରିବହନ କମିଶନର ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି ।

ଗଣଶିକ୍ଷା ବିଭାଗ ଏସମ୍ପର୍କରେ ପୂର୍ବରୁ ସମସ୍ତ ସ୍କୁଲ ଗୁଡ଼ିକୁ ଏ ବିଷୟରେ ଅବଗତ କରାଇ ସାରିଛନ୍ତି । ତେବେ ଏହି ନିଷ୍ପତ୍ତି ଦ୍ୱାରା ପିଲାମାନେ ସଚେତନ ହୋଇପାରିବେ ବୋଲି ଆଶାକରାଯାଉଛି ।

ଦିନକୁ ଦିନ ହେଉଥିବା ସଡ଼କ ଦୁର୍ଘଟଣା ରୋକିବା ଦିଗରେ ସ୍କୁଲ ପିଲାଙ୍କୁ ସଚେତନ କରିବା ଆବଶ୍ୟକତା ରହିଛି । ତେଣୁ ଦଶମ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ସାମିଲ ନେଇ ଆଜି ଏକ ବୈଠକ ବସିଥିଲା । ବୈଠକରେ ଆଲୋଚନା କରିବା ପରେ ଆସନ୍ତା ଶିକ୍ଷାବର୍ଷରୁ ଦଶମ ଶ୍ରେଣୀ ପାଠ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟ ରଖାଯିବା ନେଇ ନିଷ୍ପତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

16 − two =