Friday, October 30, 2026
Latestରାଜନୀତି

ବିଜେଡିର ସଭ୍ୟ ସଂଗ୍ରହ ପାଇଁ ୭ଜଣିଆ କମିଟି

ଭୁବନେଶ୍ୱର() ବିଜେଡିର ସଭ୍ୟ ଗ୍ରହଣ ରଣନୀତି ପ୍ରସ୍ତୁତ କରିବା ପାିଁ ଆଜୀ ନବୀନ ନିବାସ ଠାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଦଳର ଉପସଭାପତି ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ସେପ୍ଟେମ୍ବର ୨ ତାରିଖରେ ଆରମ୍ଭ ହେବାକୁ ଥିବା ଦଳର ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ଏଥିରେ ଆଲୋଚନା ହୋଇଥିଲା । ଏହି ବୈଠକରେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ବିଧାୟକ ଦେବୀ ମିଶ୍ର, ପ୍ରଣବ ପ୍ରକାଶ ଦାସ, ପ୍ରମିଳା ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ପ୍ରତାପ ଦେବ ଓ ପୂର୍ବତନ ବିଧାୟକ ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟବ୍ୟାପୀ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ଦଳର ସଭ୍ୟ ସଂଗ୍ରହ ଅଭିଯାନ ଉପରେ ନଜର ରଖିବ। କମିଟିର ଦାୟିତ୍ୱ ୭ ଜଣଙ୍କୁ ଦିଆଯାଇଛି। ତେବେ ସଭ୍ୟ ସଂଗ୍ରହ ଅଭିଯାନ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି। କମିଟିରେ ଆବାହକ ଭାବେ ଦଳର ଉପସଭାପତି ତଥା ବିଧାୟକ ଦେବୀପ୍ରସାଦ ମିଶ୍ର ଓ ସଭ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ବିଧାୟିକା ପ୍ରମିଳା ମଲ୍ଲିକ, ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା, ବିଧାୟକ ପ୍ରତାପ କେଶରୀ ଦେବ, ଡ. ପ୍ରଦୀପ ପାଣିଗ୍ରାହୀ ଓ ପ୍ରଣବ ପ୍ରକାଶ ଦାସ କାମ କରିବେ ।

Share

Leave a Reply

Your email address will not be published. Required fields are marked *

8 − 1 =