ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୟୁଏଇର ସର୍ବୋଚ୍ଚ ନାଗରିକ ସମ୍ମାନ ଅର୍ଡର ଅଫ ଜାୟେଦର ସମ୍ମାନିତ କରାଯାଇଛି । ଏହି ସମ୍ମାନ ହାସଲ କରିବାରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ । ଏହାସହ ପିଏମ ମୋଦୀ କହିଛନ୍ତି ଆତଙ୍କବାଦ ବିରୋଧରେ ଜାରି ରହିଥିବା ଲଢେଇରେ ୟୁଏଇ ସବୁବେଳେ ଭାରତ ସହ ଠିଆ ହୋଇଛି ।

ଏହି ସମ୍ମାନ ରାଷ୍ଟ୍ରର ମୁଖ୍ୟ ଏବଂ ରାଷ୍ଟ୍ରପତିଙ୍କୁ ଦିଆଯାଥାଏ । ଏହି ସମ୍ମାନ ୨୦୦୭ ମସିହାରେ ଋଷ ରାଷ୍ଟ୍ରପତି ପୁତିନ, ୨୦୧୬ ମସିହାରେ ଇଂଲଣ୍ଡର ମହାରାଣୀ ଏଲିଜାବେଥ ଏବଂ ୨୦୧୮ ମସିହାରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଦିଆଯାଇଥିଲା । ପିଏମ ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଦୁଇ ଥର ୟୁଏଇ ଗସ୍ତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two × four =