କେନ୍ଦ୍ରକୁ 1000 କୋଟିର ଅନ୍ତରୀଣ ସହାୟତା ମାଗିଲେ ନବୀନ 

ଭୁବନେଶ୍ୱର () ତିତଳି ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ମୁକାବିଲା ଏବଂ ରିଲିଫ ତଥା ପୁନର୍ଗଠନ କାର୍ଯ୍ୟର ଅଗ୍ରଗତି ପାଇଁ କେନ୍ଦ୍ରକୁ 1000 କୋଟି ଟଙ୍କାର ମଧ୍ୟବର୍ତ୍ତୀ ସହାୟତା ମାଗିଲେ ରାଜ୍ୟ ସରକାର ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ 57,131ଟି ସ୍ୱତନ୍ତ୍ର ବାସଗୃହ ଯୋଗାଇଦେବାକୁ ଦାବି କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ବାତ୍ୟା ଓ ବନ୍ୟାରେ ରାଜ୍ୟର 17ଟି ଜିଲ୍ଲାର 60 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ବେଳେ 57 ଜଣ ମୃତ୍ୟୁବରଣ କରିଛନ୍ତି । ଗଜପତି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଭୁସ୍ଖଳନରେ ବାରଘର ଗାଁ ସମ୍ପୂର୍ଣ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟା ଓ ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ 2770 କୋଟି 28 ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ।
ତେବେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରେ ଥିବା ଅର୍ଥ ବାଦ 2014 କୋଟି 9 ଲକ୍ଷ ଟଙ୍କା ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଯୋଗାଇଦେବାକୁ ନବୀନ ଦାବି କରିଛନ୍ତି । ଏଥିପାଇଁ ଅନ୍ତରୀଣ ସହାୟତା ବାବଦରେ ହଜାରେ କୋଟି ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ବାତ୍ୟା ଓ ବନ୍ୟାରେ 57,131 ଜଣଙ୍କ ଘର ଭାଙ୍ଗି ଯାଇଥିବାରୁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ଘର ଯୋଗାଇଦେବାକୁ ଦାବି କରିଛନ୍ତି ।
Share

Leave a Reply

Your email address will not be published. Required fields are marked *

one × 1 =