ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା: କରୋନାରେ ଅନାଥ ହୋଇଥିବା ପିଲାଙ୍କୁ ଦିଆଯିବ ୧୦ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ବର୍ତ୍ତମାନ ଧିମା ପଡିଛି ସଂକ୍ରମଣର ମାତ୍ରା ଧିରେ ଧିରେ କମିବାରେ ଲାଗିଛି। ଲଗାତାର ତୃତୀୟ ଦିନରେ କରୋନାର ଦୈନିକ ସଂକ୍ରମଣ ଦୁଇ ଲକ୍ଷରୁ କମ୍ ଆସିଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ତିନି ହଜାରରୁ ଅଧିକ ରହିଛି| କରୋନା ସହିତ ବ୍ଲାକ ଫଙ୍ଗସ୍ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି | ବର୍ତ୍ତମାନ ଦିଲ୍ଲୀ ବ୍ଲାକ୍ ଫଙ୍ଗସକୁ ମହାମାରୀ ଭାବରେ ଘୋଷଣା କରିଛି।

ତେବେ ମହାମାରୀ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରି କହିଛନ୍ତି ଯେ କରୋନା କାରଣରୁ ଉଭୟ ପିତାମାତା କିମ୍ବା ଅଭିଭାବକ ହରାଇଥିବା ସମସ୍ତ ପିଲାଙ୍କୁ ‘ପିଏମ-କେୟାର ଫର ଚିଲଡ୍ରେନ’ ଯୋଜନା ଅଧୀନରେ ସହାୟତା କରାଯିବ। ଯେଉଁ ପିଲାମାନେ କୋଭିଡରେ ଅନାଥ ହୋଇଛନ୍ତି ସେମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ମାସିକ ଭତ୍ତା ଓ ୨୩ ବର୍ଷରେ ପିଏମ୍ କେୟାର୍ସ ଫଣ୍ଡରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଏହା ସହ କରୋନା ମହାମାରୀରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା,ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଋଣ ଯୋଗାଇ ଦିଆଯିବ ଓ ଏହି ଶିକ୍ଷାଋଣର ସୁଧ ପିଏମ୍ କେୟାର୍ସ ଫଣ୍ଡରୁ ଭରଣା କରାଯିବ । ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାରେ ପିଲାକୁ ୧୮ ବର୍ଷ ହେବା ଯାଏ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ର୍ୟବୀମା ମିଳିବ । ଯାହାର ପ୍ରିମିୟମ ପିଏମ୍ କେୟାର୍ସ ଫଣ୍ଡରୁ ଭରଣା କରାଯିବ । ପିଏମଓ ଏ ବିଷୟରେ ସୂଚନା ଦେଇଛି |

Share

Leave a Reply

Your email address will not be published. Required fields are marked *

four + 20 =