ପି.ଚିଦାମ୍ୱରମଙ୍କୁ ଖୋଜୁଛି ସିବିଆଇ

ନୂଆଦିଲ୍ଲୀ()  ପୂର୍ବତନ ଅର୍ଥମନ୍ତ୍ରୀ ପି ଚାଦା୍ବରଙ୍କୁ ଖୋଜୁଛି ସିବିଆଇ । ସନ୍ଧ୍ୟା ସମୟରେ ସିବିଆଇର ଟିମ୍ ଚିଦାମ୍ବରଙ୍କ ବାସଭବନରେ ପହଞ୍ଚିଥିଲେ । ହେଲେ ଚିଦାମ୍ବରମ ସେଠାରେ ଉପସ୍ଥିତ ନଥିଲେ ।

ଦିଲ୍ଲୀ ହାଇକୋର୍ଟରୁ ଅଗ୍ରୀମ ଜାମିନ ଆବେଦନ ଖାରଜ ହେବା ପରେ ଚିଦାମ୍ୱରମଙ୍କୁ ଗିରଫ କରାଯାଇ ପାରେ ବୋଲି ଖବର ସାମ୍ନାକୁ ଆସିଥିଲା । ଆଇଏନ୍ଏକ୍ସ ମଡିଆ ଦୁର୍ନୀତି ମାମଲାରେ ଚିଦାମ୍ବର ଛନ୍ଦି ହୋଇ ପଡିଛନ୍ତି । ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ ଚିଦାମ୍ୱରମଙ୍କ ଆଗ୍ରୀମ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଥିଲେ । ହାଇ କୋର୍ଟ ନିଜ ନିଷ୍ପତିରେ କହିଥିଲେ ଯେ ତଥ୍ୟ ଏହା ଏହି ଦିଗକୁ ସଂକେତ କରୁଛି ଯେ ଏହି ମାମଲାରେ ଚିଦାମ୍ୱରମ ହିଁ ମୁଖ୍ୟ ଅଭିଯୁକ୍ତ । ହାଇ କୋର୍ଟ କହିଥିଲେ ଯେ ପ୍ରାରମ୍ଭିକ ସ୍ତରରେ କୋର୍ଟ ଏହା ଅନୁଭବ କରୁଛି ଯେ ଏହି ମାମଲାରେ ପ୍ରକୃତ ତଦନ୍ତ ପାଇଁ ଚିଦାମ୍ୱରମଙ୍କୁ ହେଫାଦତକୁ ନେଇ ପଚରା ଉଚରା କରିବାର ଅବଶ୍ୟକତା ରହିଛି ।

ଅଗ୍ରୀମ ଜାମିନ ନାମଞ୍ଜୁର ହେବାପରେ ଚିଦାମ୍ବରମ କଅଣ ପଦକ୍ଷେପ ଗ୍ରହଣ କରିବେ ସେ ବିଷୟରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘବି, କପିଲ୍ ସିବଲ୍ ଓ ସଲମାନ୍ ଖୁର୍ସିଦଙ୍କ ସହ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

4 − three =