Friday, October 30, 2026
Latestଜାତୀୟ

ମୁଁ ନିର୍ଦୋଷ :ଚିଦାମ୍ବରମ

ନୂଆଦିଲ୍ଲୀ ()  ସିବିଆଇ ସହିତ ଦୀର୍ଘ ୨୪ ଘଣ୍ଟାରୁ ଉଦ୍ଧ୍ୱର୍ ଲୁଚକାଳି ଖେଳ ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଆଜି ସନ୍ଧ୍ୟାରେ ହଠାତ କଂଗ୍ରେସର ବରିÂ ନେତା ମାନଙ୍କ ସହିତ ଏଆଇସିସି ଅଫିସରେ ପହଂଚିଥିଲେ ।ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏନଏକ୍ସ ସ୍କାମରେ ତାଙ୍କର କୌଣସି ସଂମ୍ପୃକ୍ତି ନାହିଁ ଓ ସେ ନିଦେ୍ର୍ଧଶ ବୋଲି କହିଛନ୍ତି । ଚିଦାମ୍ବରମ୍ ଏହି ସାମ୍ବାଦିକ ସମ୍ମିଳନୀରେ ତାଙ୍କ ନାମରେ ଏବଂ ତାଙ୍କ ପୁଅ କାର୍ତ୍ତି ଓ ଅନ୍ୟ ସଦସ୍ୟଙ୍କ ନାମରେ ଆସିତିବା ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଆଇଏନ୍ଏକ୍ସ ମିଡିଆ ମାମଲାରେ ଏଫ୍ଆଇଆର ହୋଇନାହିଁ। ମୁଁ ନିଦେ୍ର୍ଧାଷ ବୋଲି କହିବା ସହ ମତେ ଫସାଇ ଦିଆଯାଇଛି ବୋଲି କହିଛନ୍ତି ଚିଦାମ୍ବରମ । ଏହା ସହ ସେ ପ୍ରଶ୍ନ କରିଛନ୍ତି ଯଦି ମୁଁ ଦୋଷୀ ତେବେ ମୁଁ ଓ ମୋ ପରିବାର ସଦସ୍ୟଙ୍କ ବିରୋଧରେ କହିଁକି ଚାର୍ଜସିଟ ଦାଖଲ ହୋଇନାହିଁ । ତାସହ ସେ ନିଜ ଫେରାର ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଆହୁରି କହିଛନ୍ତି ରାତିରେ ମୋ ଓକିଲଙ୍କ ସହ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବାରେ ସେ ବ୍ୟସ୍ତ ଥିଲେ କିନ୍ତୁ ଆଇନକୁ ଠକିବା ଉଦେ୍ଧଶ୍ୟ ନାହିଁ ।ସେ ଆଇନକୁ ଯଥେଷ୍ଟ ସମ୍ମାନ ଦିଅନ୍ତି ।ତଦନ୍ତକାରୀ ସଂସ୍ଥା ଆଇନକୁ ସମ୍ମାନ ଦେବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଚିଦାମ୍ବରମ୍ ଦିଲ୍ଲୀ ହାଇକୋର୍ଟରୁ ଆଗୁଆ ଜାମିନ୍ ପାଇବାରୁ ନିରାଶ ହେବାପରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ଜରୁରୀକାଳୀନ ଶୁଣାଣି ପାଇଁ ସ୍ପଷ୍ଟ ମନା କରିବା ସହିତ ଶୁକ୍ରବାର ଏହି ପିଟିସନ୍ର ଶୁଣାଣି ହେବ ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

fifteen − seven =