କେଉଁ ବୟସରେ କେତେ ଘଣ୍ଟାର ନିଦ ଆବଶ୍ୟକ ଜାଣନ୍ତୁ …

ଠିକ୍ ସମୟରେ ଶୋଇବା ଏବଂ ଠିକ୍ ସମୟରେ ଉଠିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଆବଶ୍ୟକତାଠାରୁ କମ୍ ଶୋଇବା ଏବଂ ଆବଶ୍ୟକତାଠାରୁ ଅଧିକ ଶୋଇବା ଦୁଇଟିଯାକ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏଥିପାଇଁ ସନ୍ତୁଳିତ ବିଶ୍ରାମ ନେବା ଆବଶ୍ୟକ। ଜଣେ ବ୍ୟକ୍ତିଙ୍କୁ ଅନ୍ତତଃ ୭-୯ଘଣ୍ଟାର ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଯଦି ଆପଣ ରାତିରେ ବତଳମ୍ବରେ ଶୋଉଛନ୍ତି ଏବଂ ସକାଳେ ଶୀଘ୍ର ଉଠିଯାଉଛନ୍ତି ତେବେ ଏହା ମାନସିକ ଅବସାଦର ମୁଖ୍ୟ କାରଣ ହୋଇଥାଏ। ଏହା ଦ୍ବାରା ସ୍ବାସ୍ଥ୍ୟ ମଧ୍ୟ ପ୍ରଭାବିତ ହୋଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ବୟସର ବ୍ୟକ୍ତିଙ୍କ ପାଇଁ କେତେ ଘଣ୍ଟାର ନିଦ ଆବଶ୍ୟକ ହୋଇଥାଏ।

ନବଜାତ(୩-୧୧ମାସ) ଅତି କମରେ ୧୪-୧୫ଘଣ୍ଟାର ନିଦ ଜରୁରୀ ହୋଇଥାଏ। ସେହିଭଳ (୧୨-୩୫ମାସ) ଶିଶୁ ୧୨ରୁ ୧୪ଘଣ୍ଟାର ନିଦ ଜରୁରୀ ହୋଇଥାଏ । (୩-୬ବର୍ଷ)ର ପିଲା ୧୧ରୁ ୧୩ଘଣ୍ଟା ନିଦ ଜରୁରୀ ହୋଇଥାଏ । ସ୍କୁଲ୍ ପିଲା (୬-୧୦ବର୍ଷ)ର ପିଲା ୧୦-୧୧ଘଣ୍ଟା । କିଶୋର(୧୧-୧୮ବର୍ଷ) ୯.୨୫ଘଣ୍ଟା ନିଦ ଜରୁରୀ ହୋଇଥାଏ । ବୟସ୍କ: ୮ଘଣ୍ଟାର ନିଦ ଜରୁରୀ ହୋଇଥାଏ।

Share

Leave a Reply

Your email address will not be published. Required fields are marked *

four + 11 =