ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ

ବାରଣାସୀ ଲୋକସଭା ଆସନ ପାଇଁ ସେ ନିଜର ପ୍ରାର୍ଥିପତ୍ର ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାମାଙ୍କନ ବେଳେ ଏନ୍ଡିଏର ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏହା ସହ ବିଜେପିର ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଅଛନ୍ତି । ଏହା ପୂର୍ବରୁ ମୋଦି ବୁଥ୍ ପ୍ରମୁଖ ଓ ଦଳୀୟ କାର୍ୟ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଥିଲେ । ୨ୟ ଥର ପାଇଁ ବାରାଣସୀରୁ ନିର୍ବାଚନ ଲଢିବେ ମୋଦି । ନାମାଙ୍କନ ଭରିବା ପୂର୍ବରୁ ମୋଦି ପ୍ରଥମେ କାଳଭୈରବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ନାମାଙ୍କନ ପୂର୍ବରୁ ପ୍ରଧାନମନ୍ତ୍ରୀ ଗତକାଲି ବିଶାଳ ରୋଡ୍ ସୋ’ କରିଥିଲେ । ଆଜି ମଧ୍ୟ ଏକ ରୋଡ୍ ସୋ’ କରିବାର କାର୍ୟ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

9 + two =