ଭୁବନେଶ୍ୱରରେ ଜାପାନ ଶିଳ୍ପ କ୍ଲଷ୍ଟର ଓ ଟାଉନସିପ

ଭୁବନେଶ୍ୱର () ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ପାଇଁ ଜାପାନ ପୁଂଜିନିବେଶ କରିବ । ଆଗାମୀ ଦିନରେ ଦେଶର ଇସ୍ପାତ ଉତ୍ପାଦନ ବୃଦ୍ଧିରେ ଜାପାନ ଏକ ବଡ ଅଂଶିଦାର ହେବ । ଏଥିସହିତ ଭୁବନେଶ୍ୱରରେ ଏକ ଜାପାନ ଶିଳ୍ପ କ୍ଲଷ୍ଟର ଓ ଟାଉନସିପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ପ୍ରତିନିଧି ଦଳକୁ ପ୍ରସ୍ତାବ ଦେଇଛନ୍ତି । ଏହି କ୍ଲଷ୍ଟର ଏବଂ ଟାଉନସିପ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ।ଆଜି ଲୋକସେବା ଭବନରେ ଜାପାନର ରାଷ୍ଟ୍ରଦୂତ, କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏବଂ ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ଆଲୋଚନା ପରେ ଜାପାନକୁ ଆସନ୍ତା ମେକ ଇନ ଓଡିଶା କନକ୍ଲେଭରେ ଅଂଶିଦାର ହେବାକୁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ୨୦୧୮ ମେକ ଇନ ଓଡିଶା କନକ୍ଲେଭରେ ମଧ୍ୟ ଜାପାନ ଅଂଶିଦାର ଥିଲା । ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ହେଉଛି ଦେଶରେ ସର୍ବବୃହତ ଇସ୍ପାତ ଉତ୍ପାଦନକାରୀ ରାଜ୍ୟ ଏବଂ ଆନୁସଙ୍ଗିକ ଭିତ୍ତିଭୂମୀ ବିକାର ପର୍ଯ୍ୟାପ୍ତ ସୁଯୋଗ ରହିଛି । ଜାପାନ ପ୍ରତିନିଧିଙ୍କୁ ଓଡିଶାରେ ଅଟୋମୋବାଇଲ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଏବଂ ପେଟ୍ରୋକେମିକାଲ କ୍ଷେତ୍ରରେ ପୁଂଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

ଓଡିଶାର ଇସ୍ପାତ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ କମ୍ପାନୀ ପୁଞ୍ଜି ନିବଶେ କରିବେ ଶିଳ୍ପ ଅଭିବୃଦ୍ଧିରେ ଜାପାନ ସହଯୋଗୀ ହେବ ବୋଲି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ରାଷ୍ଟ୍ରଦୂତ ସତୋଷୀ ସୁଜିକିଙ୍କ ସହ ଆଲୋଚନା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆର୍ସେଲର ମିତଲ ପ୍ଲାଣ୍ଟ ନେବାପରେ ନିପନ ଷ୍ଟିଲ ଏଥିରେ ବଡ ସହଯୋଗୀ ହୋଇଛି ଏହା ସହ ଜାପାନର ଇସ୍ପାତ କମ୍ପାନୀ ଜେଏଫ୍ ଜେଏସ୍ଡବ୍ଲ୍ୟୁ ସହ ସହଭାଗୀ ହୋଇଛି ଓଡିଶାର ଇସ୍ପାତ ଶିଳ୍ପରେ ଜାପାନର ଦୁଇଟି ବଡ ଇସ୍ପାତ କମ୍ପାନୀ ଜେଏଫ୍ ଏବଂ ନିପନ ପୁଞ୍ଜି ନିବେଶ କରିବେ

ଆଗାମୀ ଦିନରେ ଦେଶରେ ଇସ୍ପାତ ଉତ୍ପାଦନକୁ ବାର୍ଷିକ ୧୪୦ ନିୟୁତ ଟନ୍ରୁ ୩୦୦ ନିୟୁତ ଟନ୍କରାଯିବ ଦେଶରେ ଇସ୍ପାତ ଉତ୍ପାଦନରେ ଯେଉଁ ବ୍ୟାପକ ଅଭିବୃଦ୍ଧି ହେବ ସେଥିରେ ଓହିଶାର ସିଂହ ଭାଗ ରହିବ କେବଳ ଇସ୍ପାତ ନୁହେଁ ଏଥି ସହ ଜଡିତ ଶିଳ୍ପର ସମ୍ପ୍ରସାରଣ ଓଡିଶାରେ ହେଲେ ରାଜ୍ୟର ରାଜସ୍ୱ ବଢିବା ସହିତ ଅଧିକ ରୋଜଗାର ସୁଯୋଗ ସୃଷ୍ଟିହେବ ଏଥିପାଇଁ ଜାପାନକୁ ସହଯୋଗୀ ଭାବେ ନେବା ମୂଳ ଉଦ୍ଦେଶ୍ୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି

ଆଜିର ଆଲୋଚନାରେ ଓଡିଶାରେ ଥିବା ବିଭିନ୍ନ ସୁବିଧାର ବିସ୍ତୃତ ବିବରଣୀ ଜାପାନ ରାଷ୍ଟ୍ରଦୂତଙ୍କୁ ପ୍ରଦାନ କରାଯାଇଛି କେବଳ ପର୍ଯ୍ୟଟନ, ଇସ୍ପାତ ଶିଳ୍ପ ନୁହେଁ, କୃଷି, ହସ୍ତତନ୍ତ, ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ବ୍ୟାପକ ଆଲୋଚନା କରି ଜାପାନ ଭାରତ ସରକାରଙ୍କ ସହଯୋଗରେ ଓଡିଶାର ବିକାଶ କରାଯାଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ଏଥି ସହିତ ଚଳିତ ବର୍ଷର ମେକ ଇନ୍ଓଡିଶା କନକ୍ଲେଭରେ ଜାପାନ ସହଯୋଗ ହେବା ନେଇ ଅନୁରୋଧ କରାଯାଇଛି ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  

Share

Leave a Reply

Your email address will not be published. Required fields are marked *

13 − 2 =