୨୩ଟି ଧାର୍ମିକ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଅନୁଦାନ

ଭୁବନେଶ୍ୱର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ବିଭିନ୍ନ ଧର୍ମାନୁଷ୍ଠାନକୁ ଆସୁଥିବା ଯାତ୍ରୀଙ୍କ ସୁବିଧା ସୁଯୋଗ ଲାଗି ୨୩କୋଟି ଟଙ୍କା ମଞ୍ଜୁର କରିଛନ୍ତି ଏଥି ମଧ୍ୟରେ ଥିବା ମନ୍ଦିର, ମସ୍ଜିଦ, ଚର୍ଚ୍ଚ ଗୁରୁଦ୍ୱାର ଆଦି ପ୍ରତ୍ୟେକଙ୍କୁ ଏକ କୋଟି ଟଙ୍କା କରି ପ୍ରଦାନ କରାଯିବ

ମନ୍ଦିର ମଧ୍ୟରେ ବରଗଡର ନୃସିଂହନାଥ, ଭଦ୍ରକର ଭଦ୍ରକାଳୀ, ବଲାଙ୍ଗିରର ହରିଶଙ୍କର ମନ୍ଦିର, ବୌଦର ଜଗନ୍ନାଥ ମନ୍ଦିର, ଢେଙ୍କାନାଳ ଜିଲ୍ଲା କପିଳାସର ଚନ୍ଦ୍ରଶେଖର ଜୀଉ ବିଜେ, ଜଗତ୍ସିଂହପୁର ସ୍ଥିତ ଝଙ୍କଡର ମାଶାରଳା, ଯାଜପୁରର ମାବିରଜା, କେନ୍ଦୁଝରର ବଳଦେବଜୀଉ, କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ନବରଙ୍ଗପୁର ପାପଡାହାଣ୍ଡିର ନୀଳକଣ୍ଠେଶ୍ୱର ମନ୍ଦିର ଆଦି ରହିଛି

ସେହିଭଳି ବଲାଙ୍ଗିରର ସିଏନ୍ଆଇ ଚର୍ଚ୍ଚ, ଖୋରଧାର ବାପ୍ଟିଷ୍ଟ ଚର୍ଚ୍ଚ, କଟକ ଚାନ୍ଦିନୀଚୌକର ମାଉଣ୍ଟ ହାଉସ ଚର୍ଚ୍ଚ, କଳାହାଣ୍ଡିର ମଳିପଡାରେ ଥିବା ଏସ୍ଟି. ପାଉଲ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଭୁବନେଶ୍ୱରର ଚାରିନମ୍ବରରେ ଥିବା ଚର୍ଚ୍ଚ ଅଫ୍କ୍ରିଷ୍ଟ ରହିଛି

ମସ୍ଜିଦ ମଧ୍ୟରେ ପୁରୀର ଜାହାନିଆ ପୀର, ସୋନପୁରର ହାଜିର ଅବଦୁଲ ସକୁର ବାବା ତରଭା ସରିଫ ମସ୍ଜିଦ, ଭଦ୍ରକ ଜିଲ୍ଲା ଧାମନଗରର ଦରଘାହଜୁର ମୁଜାହିଦମିଲତ, ବାଲେଶ୍ୱରର ବୁଖାରିବାବା ପୀର, ଭୁବନେଶ୍ୱରର ତିନି ନମ୍ବରରେ ଥିବା ଜାମା ମସ୍ଜିଦ ଖୋରଧାର କାଇପଦରରେ ଥିବା ହଜରତ ବୁଖାରୀ ପୀର ବାବା ଗୁରୁଦ୍ୱାର ମଧ୍ୟରେ ରହିଛି ରାଉରକେଲା ଷ୍ଟେସନର ରୋଡ୍ରେ ଥିବା ଗୁରୁ ସିଂହ ସାହେବ ଗୁରୁଦ୍ୱାର ପୁରୀର ବଉଳି ମଠ

Share

Leave a Reply

Your email address will not be published. Required fields are marked *

4 × three =