Business

‘ଆମେ ଭବିଷ୍ୟତ ମଧ୍ୟ ନିର୍ମାଣ କରିଥାଉ’ ର ଦ୍ୱିତୀୟ ପର୍ଯ୍ୟାୟରେ ଦୀର୍ଘସ୍ଥାୟୀ ଭବିଷ୍ୟତକୁ ସାକାର କରୁଛି ଟାଟା ଷ୍ଟିଲ୍‌

ଟାଟା ଷ୍ଟିଲ୍ ତାର କର୍ପୋରେଟ୍ ବ୍ରାଣ୍ଡ୍ ଅଭିଯାନ ‘ଆମେ ଭବିଷ୍ୟତ ମଧ୍ୟ ନିର୍ମାଣ କରିଥାଉ’ର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିବା ପାଇଁ ପ୍ରସିଦ୍ଧ ବ୍ରିଟିଶ୍ ଆନିମେସନ୍ ନିର୍ମାତା ମାର୍ଟିନ୍ ପିକ୍‌‌ଙ୍କ ସହଯୋଗରେ ‘ଜୀବନର ପୁନଃଚକ୍ରଣ’ ନାମକ ଏକ ନୂତନ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛି।
ଅଭିଯାନର ୱେବସାଇଟ୍‌: https://www.wealsomaketomorrow.tatasteel.com/


୨୦୧୮ ରେ ଆରମ୍ଭ ହୋଇଥିବା ପ୍ରଥମ ପର୍ଯ୍ୟାୟ, ଯେଉଁଥିରେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କିପରି ଭବିଷ୍ୟତ ଗଠନ କରୁଛି ତାହା ଉପରେ ଧ୍ୟାନ ଦିଆଯାଇଥିଲା, ତାର ଆଧାରରେ ଏହି ନୂତନ ଅଧ୍ୟାୟ ଦୀର୍ଘସ୍ଥାୟୀ ପରିବେଶ ଓ ଭବିଷ୍ୟତକୁ ମୁଖ୍ୟ ବିଷୟବସ୍ତୁ ଭାବେ ଗ୍ରହଣ କରିଛି। ନିଜର ଉତ୍ପାଦ, ସମାଧାନ ଏବଂ ପଦକ୍ଷେପ ମାଧ୍ୟମରେ ଦାୟିତ୍ୱପୂର୍ଣ୍ଣ କଞ୍ଚାମାଲ ତଥା ଉତ୍ପାଦନ କିଭଳି ଏକ ଦୀର୍ଘସ୍ଥାୟୀ ଭବିଷ୍ୟତ ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ, ଟାଟା ଷ୍ଟିଲ୍ ତାହା ଉପସ୍ଥାପନ କରୁଛି।
‘ଜୀବନର ପୁନଃଚକ୍ରଣ’ ଦେଖନ୍ତୁ: https://www.youtube.com/watch?v=02FasB9UgO8
ନିଜର ମୌଳିକ ଗୁଣ ନହରାଇ ବାରମ୍ବାର ପୁନଃଚକ୍ରଣ ହୋଇପାରିବାର ଇସ୍ପାତର ଅନନ୍ୟ କ୍ଷମତା ହିଁ ଏହି ଅଭିଯାନର କେନ୍ଦ୍ରବିନ୍ଦୁ। ‘ଜୀବନର ପୁନଃଚକ୍ରଣ’ ମାଧ୍ୟମରେ ଟାଟା ଷ୍ଟିଲ୍ ଭବିଷ୍ୟତ ପିଢ଼ିର ପ୍ରତୀକ ସାଜିଥିବା ଶିଶୁମାନଙ୍କ ଜରିଆରେ ଏବଂ ‘ଓରିଗାମି’ ଶୈଳୀର ରୂପାନ୍ତରଣ ଦ୍ୱାରା ନିରନ୍ତର ନବୀକରଣର ଏହି ଭାବନାକୁ ଜୀବନ୍ତ କରିଛି। ପିଲାଙ୍କ ହାତରେ ଇସ୍ପାତ ସଦୃଶ କାଗଜ ଖଣ୍ଡିଏ ବାରମ୍ବାର ନୂଆ ରୂପ ନେଇ ଦର୍ଶାଉଛି ଯେ ଇସ୍ପାତକୁ କିଭଳି ଅନନ୍ତ କାଳ ପର୍ଯ୍ୟନ୍ତ ନୂତନ ଭାବେ କଳ୍ପନା କରାଯାଇ ପୁନଃବ୍ୟବହାର କରାଯାଇପାରିବ।
ଟାଟା ଷ୍ଟିଲ୍ ଏବଂ ଦୀର୍ଘସ୍ଥାୟୀ ବିକାଶ: ଟାଟା ଗ୍ରୁପର ‘ଆଲିଙ୍ଗନ’ ପଦକ୍ଷେପ ସହିତ ଯୋଡ଼ିହୋଇ ଟାଟା ଷ୍ଟିଲ୍ ୨୦୪୫ ସୁଦ୍ଧା ସମ୍ପୂର୍ଣ୍ଣ ଶୂନ-ଅଙ୍ଗାରକାମ୍ଳ ନିର୍ଗମନ (ନେଟ୍ ଜିରୋ) ହାସଲ କରିବା ପାଇଁ ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏହାକୁ ହାସଲ କରିବା ପାଇଁ ବିଭିନ୍ନ ଭୌଗୋଳିକ କ୍ଷେତ୍ରରେ ଅନେକ ପଦକ୍ଷେପ ଗ୍ରହଣ କରିଛି।

ଭାରତରେ ଟାଟା ଷ୍ଟିଲ୍ ପଞ୍ଜାବରେ ‘ବୈଦ୍ୟୁତିକ ଆର୍କ ଫର୍ଣ୍ଣେସ୍‌’ ମାଧ୍ୟମରେ ଲୁହା ଭଙ୍ଗାରୁଜା ସାମଗ୍ରୀରୁ ଇସ୍ପାତ ଉତ୍ପାଦନ କାର୍ଯ୍ୟକୁ ଆଗେଇ ନେଉଛି ଏବଂ ପଶ୍ଚିମ ତଥା ଦକ୍ଷିଣ ଭାରତରେ ଆଗାମୀ ଦିନରେ ଏପରି ଆଉ ଦୁଇଟି ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ଇଉରୋପରେ କମ୍ପାନୀ ପୋର୍ଟ ଟାଲବଟ୍‌‌ଠାରେ ବାର୍ଷିକ ୩.୨ ନିୟୁତ ଟନ୍ କ୍ଷମତାସମ୍ପନ୍ନ ବୈଦ୍ୟୁତିକ ଆର୍କ ଫର୍ଣ୍ଣେସ୍ ମାଧ୍ୟମରେ ଏକ ସ୍ୱଳ୍ପ-ଅଙ୍ଗାରକାମ୍ଳ ଭବିଷ୍ୟତ ଦିଗରେ ପରିବର୍ତ୍ତନ ହେଉଛି। ଟାଟା ଷ୍ଟିଲ୍ ଆଗାମୀ ୧୦ ରୁ ୧୫ ବର୍ଷ ମଧ୍ୟରେ କେବଳ ପୁନଃଚକ୍ରଣ ପଦ୍ଧତିରେ ବାର୍ଷିକ ୧୦ ରୁ ୧୫ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି।
ନିଜର ବର୍ତ୍ତମାନର ବ୍ଲାଷ୍ଟ ଫର୍ଣ୍ଣେସ୍ ପ୍ରକଳ୍ପଗୁଡ଼ିକରେ କାର୍ବନ ନିର୍ଗମନ ହ୍ରାସ କରିବା ପାଇଁ ଟାଟା ଷ୍ଟିଲ୍ ‘ହିସାର୍ନା’ ଏବଂ ‘ଇଜିମେଲ୍ଟ’ ଭଳି ଯୁଗାନ୍ତକାରୀ ଜ୍ଞାନକୌଶଳର ପରୀକ୍ଷଣ ଚଳାଇଛି, ଏଥିସହ ବାୟୋଚାର୍ ଏବଂ ପ୍ରାକୃତିକ ଗ୍ୟାସ୍ ଭଳି ବିକଳ୍ପ ଇନ୍ଧନର ବ୍ୟବହାର ବୃଦ୍ଧି କରୁଛି। କମ୍ପାନୀ ନବୀକରଣଯୋଗ୍ୟ ସ୍ୱଚ୍ଛ ଶକ୍ତିର ସମନ୍ୱୟ ବୃଦ୍ଧି କରୁଛି ଏବଂ କାର୍ଯ୍ୟକ୍ଷେତ୍ରରେ ଲୁହା ଭଙ୍ଗାରୁଜା ସାମଗ୍ରୀର ଉପଯୋଗ ବଢ଼ାଉଛି। ନିଜର ଚକ୍ରାକାର ଅର୍ଥନୀତି ପଦ୍ଧତିର ଅଂଶବିଶେଷ ଭାବରେ ଟାଟା ଷ୍ଟିଲ୍ ବାର୍ଷିକ ପ୍ରାୟ ୧୫ ନିୟୁତ ଟନ୍ ଶିଳ୍ପ ବର୍ଜ୍ୟବସ୍ତୁକୁ ମୂଲ୍ୟବାନ ସମ୍ପଦରେ ରୂପାନ୍ତରିତ କରୁଛି।
ନିର୍ମାଣ କଳା: ବ୍ରିଟିଶ୍ ଆନିମେସନ୍ ନିର୍ମାତା ମାର୍ଟିନ୍ ପିକ୍‌‌ଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଜୀବନର ପୁନଃଚକ୍ରଣ’ରେ ବାସ୍ତବ ଅଭିନୟ, ସିଜିଆଇ ଏବଂ ହାତଅଙ୍କା ଚିତ୍ରକଳାର ସମନ୍ୱୟ ଘଟାଇ ନିରନ୍ତର ରୂପାନ୍ତରିତ ହେଉଥିବା ଏକ ବିଶ୍ୱ ସୃଷ୍ଟି କରାଯାଇଛି। ନିଜର ସ୍ୱତନ୍ତ୍ର ଦୃଶ୍ୟମାନ ଶୈଳୀ ପାଇଁ ଜଣାଶୁଣା ପିକ୍‌, ଏହି ଚଳଚ୍ଚିତ୍ରର ମୁଖ୍ୟ ଭାବନା ତଥା ପ୍ରଗତି, ମାନବ ସମାଜ ଏବଂ ପୃଥିବୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ଟାଟା ଷ୍ଟିଲ୍‌‌ର ଧ୍ୟାନ ପ୍ରତି ଆକର୍ଷିତ ହୋଇଥିଲେ।
ସେ ବୁଝାଇ କହିଥିଲେ, “ଏହି କଳ୍ପନାକୁ ସାକାର କରିବା ପାଇଁ ମୁଁ ପେଣ୍ଟିଂ ଇନ୍‌‌ଟୁ ପିକ୍ସେଲ୍ସ ନାମକ ଏକ ସ୍ୱତନ୍ତ୍ର କୌଶଳ ବିକଶିତ କରିଥିଲି, ଯାହା ଡିଜିଟାଲ୍ ଚିତ୍ରକୁ ଓଦା ରଙ୍ଗ ଭଳି ବ୍ୟବହାର କରି ଏକ ଭିନ୍ନ ସ୍ପର୍ଶ ଓ ରୂପ ପ୍ରଦାନ କରେ। ଏହାର ଉଦ୍ଦେଶ୍ୟ ଥିଲା ଟାଟା ଷ୍ଟିଲ୍‌‌ର ଦୀର୍ଘସ୍ଥାୟୀ ପ୍ରକ୍ରିୟାଗୁଡ଼ିକର ପ୍ରଭାବକୁ ଦୃଶ୍ୟ, ଅନୁଭବ ଏବଂ ଶୈଳୀ ମାଧ୍ୟମରେ ପ୍ରଦର୍ଶିତ କରିବା। ଭବିଷ୍ୟତର ପ୍ରତୀକ ସାଜିଥିବା ଶିଶୁମାନଙ୍କ ମନରେ ଥିବା ଆଶ୍ଚର୍ଯ୍ୟଭାବକୁ ଧରିରଖିବା ଏହି ଚଳଚ୍ଚିତ୍ରର କେନ୍ଦ୍ରବିନ୍ଦୁ ଥିଲା। ଟାଟା ଷ୍ଟିଲ୍‌‌ର କଞ୍ଚାମାଲର ଅସୀମ ରୂପାନ୍ତରଣ ସହିତ ଶିଶୁମାନଙ୍କ ସ୍ୱତଃସ୍ଫୂର୍ତ୍ତ ସୃଜନଶୀଳ ଆନନ୍ଦକୁ ମେଳ ଖୁଆଇ ଏକ ନିରନ୍ତର ପରିବର୍ତ୍ତନଶୀଳ ପ୍ରବାହ ସୃଷ୍ଟି କରିବା ହିଁ ପ୍ରମୁଖ ଥିଲା। ସେମାନଙ୍କ ସୃଜନଶୀଳ ଉତ୍ସାହ ସହିତ ଉଜ୍ଜ୍ୱଳ ରଙ୍ଗ ଏବଂ ସିଜିଆଇର ସୁନ୍ଦର ସମନ୍ୱୟ ଆମକୁ ରୂପାନ୍ତରଣ ତଥା ଦାୟିତ୍ୱପୂର୍ଣ୍ଣ ପ୍ରଗତିର ବାର୍ତ୍ତା ସହିତ ଜଡ଼ିତ ଏକ ଦୃଶ୍ୟ ଅନୁଭୂତି ପ୍ରଦାନ କରିବାରେ ସାହାଯ୍ୟ କରିଥିଲା।’

ଦି ସ୍କୋର: ଏହି ଚଳଚ୍ଚିତ୍ରର ଭାବପୂର୍ଣ୍ଣ ଦୃଶ୍ୟକୁ ସୁନ୍ଦର ଭାବେ ପରିପୂର୍ଣ୍ଣ କରିଛି ‘ରିସାଇକେଲ୍ ରାଗ’, ଯାହା ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଧ୍ରୁବ ଘାନେକରଙ୍କ ଏକ ମୌଳିକ ସୃଷ୍ଟି ଏବଂ ଏଥିରେ ବିଶିଷ୍ଟ କର୍ଣ୍ଣାଟକୀ ଶାସ୍ତ୍ରୀୟ ଗାୟକ ସଞ୍ଜୟ ସୁବ୍ରହ୍ମଣ୍ୟନ୍ କଣ୍ଠଦାନ କରିଛନ୍ତି।
“ଟାଟା ଷ୍ଟିଲ୍ ପାଇଁ ପ୍ରସ୍ତୁତ ଏହି ସଙ୍ଗୀତ ଭାରତୀୟ ଶାସ୍ତ୍ରୀୟ ରାଗ ପ୍ରଣାଳୀର ସପ୍ତ ସ୍ୱରର ଆରୋହଣ-ଅବରୋହଣ ଓ ସେଗୁଡ଼ିକର ସଜ୍ଜାକୁ ନୂତନ ଭାବେ ପୁନଃକଳ୍ପନା କରିବା ଉପରେ ଆଧାରିତ। ଶହେ ବର୍ଷରୁ ଅଧିକ ପୁରୁଣା ଅନୁଷ୍ଠାନ ଟାଟା ଷ୍ଟିଲ୍ ଠାରୁ ପ୍ରେରଣା ନେଇ ଏବଂ କିପରି ଏହା ଇସ୍ପାତର ପୁନଃଚକ୍ରଣ କରି ନିଜକୁ ପୁନଃସୃଷ୍ଟି କରୁଛି, ଏହି ସଙ୍ଗୀତ ପ୍ରାଚୀନ ରାଗ ପଦ୍ଧତିକୁ ପୁନଃଚକ୍ରିତ କରି ସପ୍ତ ସ୍ୱରକୁ ରୂପାନ୍ତରିତ କରେ। ସ୍ୱର ଯେତିକି ଉପରକୁ ଉଠେ, ସଙ୍ଗୀତ ନିଜକୁ ପୁନଃଚକ୍ରିତ କରେ, ପୁନଃସ୍ଥାପିତ କରେ, ପୁନଃସଜ୍ଜିତ କରେ ଏବଂ ପ୍ରତ୍ୟେକ ପଦକ୍ଷେପରେ ପୁନର୍ଜନ୍ମ ନିଏ। ବିଶିଷ୍ଟ କର୍ଣ୍ଣାଟକୀ ଗାୟକ ସଞ୍ଜୟ ସୁବ୍ରହ୍ମଣ୍ୟନ୍‌‌ଙ୍କ କଣ୍ଠରେ ଜୀବନ୍ତ ହୋଇଥିବା ଏହି ସଙ୍ଗୀତ ବିଭିନ୍ନ ଶୈଳୀ, ଭାବନା ଏବଂ ତାଳ ଦେଇ ଆଗକୁ ବଢ଼େ ଏବଂ ଶେଷରେ ପୁନଃଚକ୍ରିତ ହୋଇ ତାର ପ୍ରାରମ୍ଭିକ ସ୍ଥାନକୁ ଫେରିଆସେ,” ବୋଲି ଧ୍ରୁବ ଘାନେକର ନିଜ ସଙ୍ଗୀତ ସମ୍ପର୍କରେ କହିଥିଲେ।
‘ଜୀବନର ପୁନଃଚକ୍ରଣ’ ମାଧ୍ୟମରେ ଟାଟା ଷ୍ଟିଲ୍ ‘ଆମେ ଭବିଷ୍ୟତ ମଧ୍ୟ ନିର୍ମାଣ କରିଥାଉ’ ମଞ୍ଚକୁ ନବସୃଜନରୁ ଦୀର୍ଘସ୍ଥାୟୀ ପରିବେଶ ଦିଗକୁ ବିସ୍ତାରିତ କରି ଗ୍ରାହକ, ସମାଜ ଏବଂ ପୃଥିବୀ ପାଇଁ ଦୀର୍ଘମିଆଦୀ ମୂଲ୍ୟବୋଧ ସୃଷ୍ଟି କରିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରୁଛି।


Share

Leave a Reply

Your email address will not be published. Required fields are marked *

one × 3 =