ଟାଟା ପାୱାର ଓଡ଼ିଶା ଡିସ୍କମ୍ ଗୁଡ଼ିକ ଦ୍ୱାରା ଓଡ଼ିଶାକୁ ଏକ ୨୪ ଘଂଟିଆ ବିଦ୍ୟୁତ୍ ହବ୍ରେ ରୂପାନ୍ତରଣ
ଭୁବନେଶ୍ୱର: ଭାରତର ଅନ୍ୟତମ ବୃହତ ସମନ୍ୱିତ ବିଦ୍ୟୁତ୍ କମ୍ପାନି ଟାଟା ପାୱାର ଓଡ଼ିଶାରେ ବିଦ୍ୟୁତ୍ ବଂଟନରେ ବିପ୍ଳବ ଆଣିଛି। ଓଡ଼ିଶା ସରକାରଙ୍କ ସହ ମିଳିତ ଉଦ୍ୟମରେ ଟାଟା ପାୱାର ୪ଟି ଡିସକମ୍ ଯଥା ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍, ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍, ଟିପି ସଦର୍ନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଏବଂ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ପରିଚାଳନା କରୁଛି।
ଟିପି ଓଡ଼ିଶା ଡିସକମଗୁଡ଼ିକ ଉଭୟ ଗ୍ରାମୀଣ ପରିବାର ଓ ଶିଳ୍ପ କେନ୍ଦ୍ରକୁ ଭରସାଯୋଗ୍ୟ ବିଜୁଳି ପହଂଚାଇ ରାଜ୍ୟକୁ ଶକ୍ତି ଯୋଗାଉଛନ୍ତି। ଗତ ୩-୪ ବର୍ଷ ମଧ୍ୟରେ କମ୍ପାନି ଭିତିଭୂମି ସମ୍ପ୍ରସାରଣ ଏବଂ ବାତ୍ୟା ମୁକାବିଲା ନେଟୱାର୍କ ନିର୍ମାଣରେ ୪୨୦୦ କୋଟି ଟଙ୍କାରୁ ଅଧିକ ବିନିଯୋଗ କରିଛି ଯାହା ଦ୍ୱାରା ଘରୋଇ, ଶିଳ୍ପ ଏବଂ କୃଷି ସମେତ ବିଭିନ୍ନ ବର୍ଗର ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଜୁଳି ଯୋଗାଣ ହୋଇପାରିବ।
୧୦ ଲକ୍ଷରୁ ଅଧିକ ନୂତନ ସଂଯୋଗ ଯୋଡ଼ାଯାଇଛି ଯାହା ଦ୍ୱାରା ଅଣସେବାପ୍ରାପ୍ତ ଗ୍ରାମାଚଂଳକୁ ବିଜୁଳି ଯୋଗାଣ ଏବଂ ଶିଳ୍ପ ସମ୍ପ୍ରସାରଣରେ ସହାୟକ ହୋଇଛି।
ଏହି ପ୍ରୟାସ ଓଡ଼ିଶାର ବିକାଶ ପାଇଁ ଏକ ଦୃଢ଼ ଭିତିଭୂମି ସ୍ଥାପନ କରିଥିବା ବେଳେ ରାଜ୍ୟରେ ଏବେ ୨୪ ଘଂଟିଆ ବିଜୁଳି ଯୋଗାଣ ହୋଇଛି। ଫଳରେ ସହରାଚଂଳରେ ଦୈନିକ ହାରାହାରି ୨୩.୬୮ ଘଂଟା ବିଦ୍ୟୁତ ୍ ଯୋଗାଣ ହେଉଥିବା ବେଳେ ଗ୍ରାମାଚଂଳକୁ ୨୧.୯୮ ଘଂଟା ବିଦ୍ୟୁତ୍ ଯୋଗାଣ ହେଉଛି।
ଓଡ଼ିଶାରେ ଡିସକମଗୁଡ଼ିକର ପଦକ୍ଷେପର ମେରୁଦଣ୍ଡ ହେଉଛି ପ୍ରଯୁକ୍ତିି। ନିରବଚ୍ଛିନ୍ନ ପରିଚାଳନା ଏବଂ ଦ୍ରୁତ ସମସ୍ୟା ସମାଧାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଡିସକମ ଉନ୍ନତ ପ୍ରଣାଳୀ ସମେତ ଅନେକ ସୂଚନା ଏବଂ ପରିଚାଳନା ପ୍ରଯୁକ୍ତିକୁ ସମନ୍ୱିତ କରିଛନ୍ତି। ସେଗୁଡ଼ିକ ହେଉଛି କେନ୍ଦ୍ରୀୟ ଏବଂ ଅଂଚଳ ନିର୍ଦ୍ଦିଷ୍ଟ ପାୱାର ସିଷ୍ଟମ ନିୟନ୍ତ୍ରଣ କେନ୍ଦ୍ର ଯାହା ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣ ଏବଂ ରିମୋଟ୍ ନିୟନ୍ତ୍ରଣକୁ ସକ୍ଷମ କରୁଛି। ନେଟୱାର୍କ୍ ମ୍ୟାପିଂ ଏବଂ ପୂର୍ବାନୁମାନ ରକ୍ଷଣାବେକ୍ଷଣ ପାଇଁ ସୁପରଭାଇଜରୀ ନିୟନ୍ତ୍ରଣ ଏବଂ ଡାଟା ଅଧିଗ୍ରହଣ (ଏସସିଏଡିଏ) ଏବଂ ଭୌଗୋଳିକ ସୂଚନା ପ୍ରଣାଳୀ (ଜିଆଇଏସ୍), ବିଶ୍ୱସନୀୟତା ଏବଂ ଦକ୍ଷତା ଉନ୍ନତ କରିବା ପାଇଁ ଡ୍ରୋନ-ଆଧାରିତ ତଦାରଖ ଏବଂ ଏଲଟି ସୁରକ୍ଷା ପ୍ରଣାଳୀ, ଏସଏପି ଏକୀକରଣ, ସ୍ମାର୍ଟ ମିଟର ପ୍ରତିଷ୍ଠା, ସମନ୍ୱିତ କଲ୍ ସେଂଟର ଇତ୍ୟାଦି ସେଥିରେ ସାମିଲ ରହିଛି।
ଏହି ପଦକ୍ଷେପଗୁଡ଼ିକ କେବଳ ବିଦ୍ୟୁତ୍ ଉପଲବ୍ଧତାରେ ଉନ୍ନତି ଆଣିନାହିଁ ବରଂ ଆର୍ôଥକ ବର୍ଷ ୨୦୨୩-୨୪ରେ ସମୁଦାୟ ସଂଚରଣ ଓ ବଂଟନ (ଏଟିଆଣ୍ଡସି) କ୍ଷତିକୁ ହାରାହାରି ୧୭.୭୯% କୁ ହ୍ରାସ କରିଛି। ଘରୋଇକରଣ ପରଠାରୁ ତାହା ଉଲ୍ଲେଖନୀୟ ୧୧% ହ୍ରାସ ପାଇଛି।
ଭିତିଭୂମି ପୁଞ୍ଜିନିବେଶ ବ୍ୟତୀତ ଟାଟା ପାୱାରର ଓଡ଼ିଶା ଡିସକମ୍ଗୁଡ଼ିକ ଗ୍ରାହକ ସେବା ଏବଂ ପରିଚାଳନା ଉତ୍କର୍ଷତା କ୍ଷେତ୍ରରେ ନୂଆ ମାନଦଣ୍ଡ ସ୍ଥାପନ କରୁଛି। ବିଶ୍ୱସନୀୟତା ଏବଂ ଗୁଣବତା ଉପରେ ସେମାନଙ୍କର ଧ୍ୟାନ ଜାତୀୟ ସ୍ୱୀକୃତି ଲାଭ କରିଛି । ୩ଟି ଓଡ଼ିଶା ଡିସକମ୍ ଦ୍ୱାଦଶ ବାର୍ଷିକ ସମନ୍ୱିତ ରେଟିଂ ଏବଂ ପାୱାର ଡିଷ୍ଟ୍ରିବ୍ୟୁସନ୍ ୟୁଟିଲିଟିର ରାଙ୍କିଙ୍ଗ୍ (ମାର୍ଚ୍ଚ ୨୦୨୪)ରେ ଏ+ ରେଟିଂ ହାସଲ କରିଛନ୍ତି। ଏହାବ୍ୟତୀତ, ସମସ୍ତ ୪ଟି ଡିସକମ୍ ଆର୍ôଥକ ବର୍ଷ ୨୦୨୨-୨୩ ପାଇଁ କଞ୍ଜ୍ୟୁମର ସର୍ଭିସ୍ ରେଟିଂ ଅଫ୍ ଡିସକମ୍ (ସିଏସ୍ଆର୍ଡି) ରିପୋର୍ଟରେ ସେମାନଙ୍କ ସ୍ଥିତିରେ ଉନ୍ନତି ଆଣିଛନ୍ତି ଯାହା ପରିଚାଳନାଗତ ବିଶ୍ୱସନୀୟତା ପାଇଁ ଏ ରେଟିଂ ପାଇଛି।
କମ୍ପାନିର ଏହି ପ୍ରୟାସ ସକ୍ରିୟ ଭାବେ ଏକ ଦକ୍ଷ କର୍ମଚାରୀ ସୃଷ୍ଟି କରିବା ଏବଂ ସ୍ଥାନୀୟ ଭେଣ୍ଡରମାନଙ୍କୁ ବିକଶିତ କରିବା, ସେମାନଙ୍କ ଅଂଶଗ୍ରହଣ ବୃଦ୍ଧି କରିବା ଏବଂ ରାଜ୍ୟର ଶକ୍ତି କ୍ଷେତ୍ର ପାଇଁ ଏକ ଦକ୍ଷ ଶ୍ରମଶକ୍ତିକୁ ପ୍ରୋତ୍ସାହିତ କରି ଓଡ଼ିଶାର ଅଭିବୃଦ୍ଧିକୁ ଯଥେଷ୍ଟ ବୃଦ୍ଧି କରିଛି।
ବିଗତ କିଛି ବର୍ଷ ମଧ୍ୟରେ ରାଜ୍ୟ ଏକ ଶିଳ୍ପ ମହାଶକ୍ତି ଏବଂ ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପ କେନ୍ଦ୍ର ଭାବରେ ଉଭା ହୋଇଛି। ଟାଟା ପାୱାର ମେକ୍ ଇନ୍ ଓଡ଼ିଶାକୁ ସମର୍ଥନ କରିବା ପାଇଁ ଉଦ୍ଭାବନ, ବୈଷୟିକ ସମନ୍ୱୟ, ମାନବ ସମ୍ବଳର ଦକ୍ଷତା ଏବଂ ଗ୍ରାମାଚଂଳ ଏବଂ ଶିଳ୍ପାଚଂଳରେ ବ୍ୟାପକ ବିଦ୍ୟୁତୀକରଣ ଉପରେ ଗୁରୁତ୍ୱ ଦେବା ସହିତ ଉତ୍କର୍ଷତା ଓଡ଼ିଶା ପାଇଁ ସରକାରଙ୍କ ଦୃଷ୍ଟିକୋଣ ସହିତ ଯୋଡ଼ି ହୋଇଛି।
ଓଡ଼ିଶାର ବିଶାଳ ସୌର ଶକ୍ତି କ୍ଷମତାକୁ ଉପଯୋଗ କରି ୨୦୦ ଗିଗାୱାଟ (ଜିଡବ୍ଲୁ)ରୁ ଅଧିକ ବିଦ୍ୟୁତ ୍ ଯୋଗାଣ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏଥିରେ ଗ୍ରାଉଣ୍ଡ ମାଉଟେଂଡ୍ ସିଷ୍ଟମରୁ ପ୍ରାୟ ୧୩୮ ଗିଗାୱାଟ ଏବଂ ଭାସମାନ ସୋଲାର ସ୍ଥାପନରୁ ୩୩.୫ ଗିଗାୱାଟ ଅନ୍ତର୍ଭୁକ୍ତ। ରାଜ୍ୟ ୧୦ ଗିଗାୱାଟ ରୁଫ୍ ଟପ୍ ସୌର କ୍ଷମତାକୁ ମଧ୍ୟ ସମର୍ଥନ କରିପାରିବ। ଟାଟା ପାୱାର ବୁଥ୍ ଫ୍ଲୋଟିଂ ସୋଲାର ଏବଂ ରୁଫ୍ ଟପ୍ ସୋଲାରରେ ପାରଦର୍ଶିତା ପ୍ରମାଣିତ କରିଛି।
ନିରନ୍ତର ବିକାଶ ଏବଂ ଗ୍ରାହକ ସନ୍ତୋଷ ପାଇଁ କମ୍ପାନିର ଅତୁଟ ପ୍ରତିବଦ୍ଧତା କେବଳ ଓଡ଼ିଶାକୁ ବଦଳାଉନାହିଁ ବରଂ ଏକ ସବୁଜ ଏବଂ ଅଧିକ ସମୃଦ୍ଧ ଭବିଷ୍ୟତ ଦିଗରେ ଭାରତର ଯାତ୍ରାରେ ଯୋଗଦାନ କରୁଛି।