ଶପଥ ନେଇ ଅନୁଭୂତି ବାଣ୍ଟିଲେ ନାବଗତ ବିଧାୟକ

ଭୁବନେଶ୍ବର () ଷୋଢଷ ବିଧାନସଭାରେ ଆଜିଠୁ ଆରମ୍ଭ ହୋଇଛି ଶପଥ ଗ୍ରହଣ । ଅସ୍ଥାୟୀ ବାଚସ୍ପତିଙ୍କ ନିକଟରେ ବିଧାନସଭାରେ 146 ବିଧାୟକ ଶପଥ ନେବେ । ଆଜି ପୂର୍ବାହ୍ନ 11ଟାରୁ ଶପଥ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ବିଧାୟକ ଭାବେ ଶପଥ ନେଲେ । ତାଙ୍କ ପରେ ସଂସଦୟୀ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି ମନ୍ତ୍ରୀ ଅରୁଣ କୁମାର ସାହ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଅନ୍ୟମାନେ ଜଣଙ୍କ ପରେ ଜଣେ ଏହିଭଳି 106 ଜଣ ବିଧାୟକ ଆଜି ଶପଥ ନେଇଛନ୍ତି ।

ଶପଥ ପରେ ନବନିର୍ବାଚିତ ବିଧାୟକମାନେ ବେଶ ଉତ୍ସାହୀ ଥିବା ବେଳେ ନିଜ ନିଜ ଅଂଚଳର ସମସ୍ୟାକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ଚଳିତ ବିଧାନସଭାକୁ 13 ଜଣ ମହିଳା ବିଧାୟିକ ନିର୍ବାଚିତ ହୋଇଛନ୍ତି । ଗତ ବିଧାନସଭାରେ ମହିଳାଙ୍କ ସଂଖ୍ୟା ଥିଲା 11 । ସେହିଭଳି ଏଥର ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ସରକାରୀ ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇବେ । ମନ୍ତ୍ରୀ ପଦ ରେସରେ ତାଙ୍କ ନାଁ ବେଶ ଚର୍ଚ୍ଚାରେ ଥିଲେ ବି ତାଙ୍କୁ ମିଳିଥିବା ଦାୟିତ୍ବ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଛନ୍ତି ।

ସେହିଭଳି ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଥିବା ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ, ବିଧାୟିକ ଲତିକା ପ୍ରଧାନ, କେ. ସୂର୍ଯମଣୀ ବୈଦ୍ୟ, ସରୋଜ କୁମାର ମେହେର, ସୁଶାନ୍ତ କୁମାର ରାଉତ ପ୍ରମୁଖ ନିଜ ନିଜ ଅଭିଜ୍ଞତା ବୟାନ କରିବା ସହ ଆଗାମୀ ଦିନରେ ନିଜ ନିଜ ଅଂଚଳର ସମସ୍ୟାକୁ ବିଧାନସଭାରେ ଉପସ୍ଥାପନା କରିବେ ବୋଲି କହିଛନ୍ତି । ଏଥିସହିତ ଗାଁରୁ ସହର ଯାଏଁ ବିକାଶର ନୂଆ ଅଧ୍ୟାୟ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଡାକୁ କାର୍ଯ୍ୟାକାରୀ କରିବାକୁ ପ୍ରୟାସ କରିବେ ।

ସେହିଭଳି ସୌମ୍ୟ ରଂଜନ ସାଂସଦ ପଦ ଛାଡି ବିଧାୟକ ହେଲେ କିନ୍ତୁ ମନ୍ତ୍ରୀ ହୋଇପାରିଲେ ନାହିଁ । ଏନେଇ ସେ ନିଜ ପ୍ରତ୍ରିକ୍ରିୟାରେ କହିଛନ୍ତି ଯେ, ବିଜେଡିର 112 ବିଧାୟକ ମନ୍ତ୍ରୀ ହୋଇପାରିବେ ନାହିଁ । କିନ୍ତୁ ଲୋକଙ୍କ କାମ କରିବାକୁ ପଦପଦବୀ ଏକମାତ୍ର ବିକଳ୍ପ ନୁହେଁ । ବିଜେପିର ବରିଷ୍ଠ ବିଧାୟକ ତଥା ପାଟଣାଗଡ ରାଜା କନକ ବର୍ଦ୍ଧନ ସିଂହଦେଓଙ୍କୁ ହରେଇଥିବା ସରୋଜ କୁମାର ମେହେର କହିଛନ୍ତି ଯେ, ଲୋକଙ୍କର ଏବେ ଆଉ ରାଜାରାଜୁଡା ଶାସନ ଉପରେ ଭରସା ନାହିଁ । ସେଥିପାଇଁ ସେମାନେ ଜଣେ ଚାଷୀଙ୍କୁ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =