ଭୁବନେଶ୍ୱରରୁ ୫୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ୫୬୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସ୍ଥାନୀୟ ଅଞ୍ଚଳରୁ ୪୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ରାଜଧାନୀରେ ସକ୍ରିୟ ସଂକ୍ରମଣ ସଂଖ୍ୟା ଏବେ ୮୭୯୬ ରେ ପହଁଚିଥିବା ବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୮୦,୪୮୫ ରେ ପହଁଚିଛି । ଏହା ସହିତ ଶେଷ ୨୪ଘଣ୍ଟାରେ ୧୨୩୧ ଜଣ ସୁସ୍ଥ ହୋଇଛନ୍ତି, ଏହାକୁ ମିଶାଇ ଏ ପର‌୍ୟ୍ୟନ୍ତ ମୋଟ ୭୧,୩୧୩ ରେ ପହଁଚିଛି । ତେବେ ଗତ ୨୪ଘଣ୍ଟା ଭିତରେ ଚାରି ଜଣଙ୍କର ମୃତ୍ୟୁ ଘଟି ରାଜଧାନୀରେ କରୋନାରେ ମୃତକଙ୍କ ସଂଖ୍ୟା ୩୫୫ ରେ ପହଁଚିଛି।

Share

Leave a Reply

Your email address will not be published. Required fields are marked *

nineteen − ten =